ଅସୁରକ୍ଷିତ ମନରେଗା,, ସୁରକ୍ଷିତ କର୍ମଚାରୀ

କଳାହାଣ୍ଡି,(କୋଶଲ ନ୍ୟୁଜ):ମହାତ୍ମାଗାନ୍ଧୀ କର୍ମ ନିଶ୍ଚିତ ଯୋଜନା ଦିନକୁ ଦିନ ତାର ମୂଲଲକ୍ଷ୍ୟ ଠାରୁ ପ୍ରାଶାସନିକ ଅବହେଳା ଯୋଗୁଁ ଦୂରେଇବାରେ ଲାଗିଛି । ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି, ଗ୍ରାମାଞ୍ଚଳ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଏହି ଯୋଜନାର ମୁଲ ଲକ୍ଷ୍ୟ ହେଉଥିବା ବେଳେ,କିଛି ଲାଭ ଖୋର୍ କର୍ମଚାରୀଙ୍କ ଭିନ୍ନ ଦୃଷ୍ଟି ଯୋଗୁଁ ଯୋଜନାର ଅର୍ଥ ଅମୂଳକ ଭାବେ ଅପଚୟ ହେଉଥିବା ଦେଖିବାକୁ ମିଳୁଛି। ଏହି ପରି ଦଶା କଳାହାଣ୍ଡିର ବିଭିନ୍ନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ଶ୍ରମିକ ମାନଙ୍କ ଜବ କାର୍ଡ, ପାସବୁକ୍ ଭଳି ଗୁରୁତ୍ଵ କାଗଜାତ ଗାଁ ସାଥି ମାଧ୍ୟମରେ ଜି ଅର୍ ଏସ୍ ପାଖରେ ଜମା ରହି ପରୋକ୍ଷରେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି । ଜିଲ୍ଳାର ମାନରେଗ ଯୋଜନାକୁ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସଂପୃକ୍ତ ଯୋଜନା ପାଇଁ କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ,ହେଲେ ସ୍ବଚ୍ଛତା ଓ ପାରିଦର୍ଷିତା ହାର ଆଶାନୁରୂପ ନୁହେଁ। ମନରେଗାର ଆଶାନୁରୂପ ସଫଳତା,,, ବିଫଳତା, ଜିଲ୍ଲାର ଦାଦନ ସମସ୍ୟାକୁ ପ୍ରୋତ୍ସାହିତ କରୁନାହିଁ ତୋ ? କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମ ପଞ୍ଚାୟତ ଅଧୀନ କାଣୀକୁପା ଗାଁ ରାସ୍ତା କଡ଼ରେ ଏକ କେନାଲ କାର୍ଯ୍ୟ କରାଯାଇଛି ହେଲେ,ଏହି କାର୍ଯ୍ୟର ସୂଚନା ଫଳକ ତିଆରି କରି ଥିଲେ ହେଁ ସୂଚନା ଫଳକରେ କାର୍ଯ୍ୟକୋଡ, କାର୍ଯ୍ୟର ନାମ,ଆର୍ଥିକ ବର୍ଷ, ଅଟକଳ ପରିମାଣ, କାର୍ଯ୍ୟାରମ୍ଭ, ଶ୍ରମିକ ସମ୍ଭନ୍ଦୀୟ, ସାମଗ୍ରୀ ଅଂଶ ଆଦି କୌଣସି ସୂଚନା ଦିଆନଯିବା ସଂପୃକ୍ତ ଗ୍ରାମ ରୋଜଗାର ସେବକ ଓ ବ୍ଲକ ସ୍ତରୀୟ କର୍ମଚାରୀ ମାନଙ୍କ ପାରିବ ପଣିଆ ପ୍ରତି ସ୍ୱତ୍ୱ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ବାସିମୋଡ ନାଳ ନିକଟହୋଇ ନିକଟସ୍ଥ ଡଙ୍ଗରୀ ପଦାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ମନରେଗା ଯୋଜନାରେ ନିର୍ମାଣ କରାଯାଉଥିବା ଜଣାଯାଏ। ସଂପୃକ୍ତ ରାସ୍ତାରେ ବର୍ତ୍ତମାନ ଅତ୍ୟନ୍ତ ନିମ୍ନ ମାନର ମୋରମ,ମେଟାଲ ପକା ଯାଇଛି ।

ଏହି ନିମ୍ନ ମାନର ମୋରମ, ମେଟାଲକୁ ସଂପୃକ୍ତ ବୈଶୈକ ବିଶେଷଜ୍ଞ ଯନ୍ତ୍ରୀ କିପରି ଅନୁ ମୋଦନ କରିବେ ତାହା ଏକ ବିରାଟ ପ୍ରଶ୍ନବାଚୀ ? ଏହି ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଭାବେ ଗାଁ ସାଥୀ, ଗ୍ରାମ ରୋଜଗାର ସେବକ ଓ ବ୍ଲକର କର୍ମଚାରୀ ମାନଙ୍କ ସଳାସୁତୁରାରେ ହରିବୋଲ କରାଯାଉଥିବା ଆଲୋଚନା ହେଉଛି। ଏ ସଂପର୍କରେ ସଂପୃକ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କୁ ପଚାରିବାରୁ କଥାକୁ ହାଲୁକା ଭାବେ ନେଇ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଭଟାଙ୍ଗପଦର ପଞ୍ଚାୟତର ମନରେଗା ଯୋଜନା ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏନେକ ଅନିୟମିତତା ପଦାକୁ ଆସିବା ସମ୍ଭାବନା ରହିଛି। ସଂପୃକ୍ତ ପଞ୍ଚାୟତର ମନରେଗା ଯୋଜନା ଉପରେ ଜିଲ୍ଲା ମନରେଗା ଅବ୍ୟୁଡ୍ସମେନ, ଭିଜିଲାନ୍ସ, ଜିଲ୍ଲା ପ୍ରଶାସନ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ରିପୋର୍ଟ – ଭୋକର୍ଦ୍ଧନ ମାଝୀ

Comments
Loading...