ପାଣି ଅଭାବରୁ ଚାଷ ନଷ୍ଟ, ଚିନ୍ତାରେ ଚାଷୀ

ଜୁନାଗଡ଼,୨୫/୪,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲରେ କେନାଲ ପାଣି ଅଭାବରୁ ପ୍ରାୟ ୨୫ ଏକରରୁ ଉର୍ଦ୍ଧ ଚାଷ କରିଥିବା ଧାନ ନଷ୍ଟ ହେଇଯାଇଛି । କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ଅଧିନସ୍ଥ ଘୁମେରଗୁଡ଼ା ସବ ମାଇନର କେନାଲରେ ପ୍ରାୟ ଚାରି କିଲୋମିଟର ଘୁମେରଗୁଡ଼ାରୁ କୋଟାନିଆପଡ଼ା ପର୍ଯ୍ୟନ୍ତ ଅଛି,କିନ୍ତୁ ଉପର ମୁଣ୍ଡରେ ଥିବା କିଛି ବାହୁବଳୀ ଚାଷୀ ନିଜର ଚାଷ ଜମି ସହିତ ନିଜ ନିଜ ପୋଖରୀରେ ବେଆଇନ ଭାବରେ ପାଣି ନେଇଥିବାରୁ ତଳ ମୁଣ୍ଡରେ ଥିବା ଚାଷୀ ପାଣି ପାଇପାରୁନାହାନ୍ତି । ଯାହା ଫଳରେ ବର୍ଷ ତମାମ କଷ୍ଟ କରି ଧାନପାଚିବା ସମୟରେ ପାଣି ନ ପାଇଁ ଧାନ ପୋଡ଼ି ଗଲାଣି । ଏହି କେନାଲ ଉପରେ ନିର୍ଭର କରୁଥିବା ଚାଷୀ ପ୍ରଦ୍ୟୁମ୍ନ ସାହୁ, ପ୍ରବୀଣ ସାହୁ,ଗୋପାଳ ସାହୁ,ସୁଶାନ୍ତ ସାହୁ ବାରମ୍ବାର ସ୍ଥାନୀୟ କେନାଲ ଡିଭିଜନର ଯନ୍ତ୍ରୀକୁ ଫେରାଦ ହେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି । ଚାରବାହାଲ ଗ୍ରାମ୍ୟ କୃଷି କର୍ମଚାରୀକୁ ଜଣାଇଲା ପରେ ନଷ୍ଟ ହୋଇଯାଇଥିବା ଚାଷ ଜମିକୁ ଯାଇ ପରିଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କ୍ଷତି ପୂରଣର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Comments
Loading...