କଂଗ୍ରେସ ବିଧାୟକ ପ୍ରାଥୀ ସାଗର ଚରଣ ଦାସଙ୍କ ଦୃଢୋକ୍ତି, ଏଥର ବିଜୟ ସୁନିଶ୍ଚିତ

ଭବାନୀପାଟଣା,୨୪/୪,(କୋଶଲ ନ୍ୟୁଜ):ସାଧାରଣ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା କଳାହାଣ୍ଡିରେ ଆରମ୍ଭ ହୋଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସହର ଏକ ରାଜନୈତିକ ମାହଲ ସୃଷ୍ଟି ହୋଇଥଲା। କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀଙ୍କ ମନ୍ଦିରରୁ ପ୍ରଥମେ ପୂଜାର୍ଚ୍ଚନା କରି ଏକ ବିଶାଲ ରାଲିରେ ହଜାର ହଜାର ସମର୍ଥକଙ୍କ ସହ ସାଂସଦ ପ୍ରାର୍ଥୀନୀ ଦ୍ରୋପଦି ମାଝୀ ଓ ଯୁବ ବିଧାୟକ ପ୍ରାର୍ଥୀ ସାଗର ଚରଣ ଦାସ ବିଧାୟକ ପ୍ରାଥିକୁ ବହୁ ମାତ୍ର ବିଜୟ କରିବାକୁ ଅପିଲ କରିଥଲେ। ଶ୍ରୀସାଗର ଚରଣ ଦାସ ବିଧାୟକ ପ୍ରାର୍ଥୀ ଭାବେ ଭବାନୀପାଟଣା ସଦର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।ହଜାର ହଜାର ସମର୍ଥକଙ୍କ ଗହଣରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ ସମୟରେ ସହରରେ ଏକରକମ କଂଗ୍ରେସ ପତାକା ଓ କଂଗ୍ରେସର ଜୟକରା ଧ୍ୱନି ପରିବେଶକୁ ସରଗରମ କରିଥିଲା।ଧୀରେଧୀରେ ସାଗର ଦାସଙ୍କ ପ୍ରତି ଲୋକେ ଆକୃଷ୍ଠ ହେଉଥିବା ଚର୍ଚା ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି।

ରିପୋର୍ଟ୍:କଳାହାଣ୍ଡି ସ୍ବତନ୍ତ୍ର ପ୍ରତିନିଧି ଭୋକରଧନ ଧ.ମାଝୀ

Comments
Loading...