ଲାଞ୍ଜିଗଡରୋଡ଼ ଠାରେ କଂଗ୍ରେସର ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ସଭା ଓ ମିଶ୍ରଣପର୍ବ ଅନୁଷ୍ଠିତ

ଲାଞ୍ଜିଗଡ଼,୨୮/୦୪ (କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ଠାରେ ୫ଟି ପଞ୍ଚାୟତର ୫୦ରୁ ଉର୍ଦ୍ଧ ବିଜେଡ଼ି,  ବିଜେପି ଓ ଆମଆଦମୀ ପାର୍ଟିରୁ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରବିବାର ୫ଟି ପଞ୍ଚାୟତର ସ୍ଥାନୀୟ ନେତା ଓ କର୍ମୀ ଲାଞ୍ଜିଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଡ଼.ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ସଭାରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିବାବେଳେ ଉପସ୍ଥିତ ଦଳୀୟ ନେତୃ ମଣ୍ଡଳୀ ନୂତନ କର୍ମୀ ମାନଙ୍କୁ ପୁଷ୍ପଗୋଚ୍ଛ ଏବଂ କଂଗ୍ରେସ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।  କଂଗ୍ରେସରେ ଯୋଗଦେଇଥିବା କର୍ମୀ ମାନେ ତୃଣମୂଳ ସ୍ତରକୁ ମଜବୁତ କରିବା ପାଇଁ ଶପଥ ନେଇଥିବାବେଳେ ରାଜ୍ୟ ନେତୃତ୍ୱରେ ବିଶ୍ୱାସ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ସାଙ୍ଗଠନିକ ଦକ୍ଷତା ଓ ସର୍ବପରି ନିର୍ମଳ ଭାବ ମୂର୍ତ୍ତି ସମ୍ପନ୍ନ ଓ  ଏମାଟିର ଯୋଗ୍ୟ ସନ୍ତାନ ପ୍ରାର୍ଥୀ ଡ଼. ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଆକର୍ଷିତ ହୋଇ ଏହି ଦଳରେ ଯୋଗ ଦେଇଥିବା ନେତୃମଣ୍ଡଳୀ ମାନଙ୍କୁ ସ୍ବାଗତ କରିଥିଲେ। ଏଥିରେ ବରିଷ୍ଠ କଂଗ୍ରେସ ନେତା ମନୋଜ ରାଉତ, ପର୍ଯ୍ୟବେକ୍ଷକ ଟି.ପ୍ରଭାକର ରାଓ,ପୂର୍ଣ୍ଣଚନ୍ଦ୍ର ରାଉତ, ସନ୍ତୋଷ ତୁଳ,ଗୋପାଳ ଖୁରା,କୈନୁଜ ରାଉତ, କେଶବଚନ୍ଦ୍ର ବାରିକ, ବଡ଼ ବଗର୍ତି,ଅଶୋକ ପରିଡ଼ା, ଯୁବନେତା ବିପୁଳ ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏଥିରେ ବିଜେଡି ବରିଷ୍ଠ ନେତା ଦୀପକ କୁମାର ମହାପାତ୍ର, ଲାଞ୍ଜିଗଡ଼ରୋଡ ପୂର୍ବତନ ସରପଞ୍ଚ ତଥା ଜିଲ୍ଲାପରିଷଦ ସଦସ୍ୟ ଟଙ୍କଧର ମାଝୀ,ଗୋବର୍ଦ୍ଧନପୁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ବିଜେଡ଼ି ନେତା କେ. ବୈକୁଣ୍ଠ ରାଜୁ, ଡମ୍ବରୁଧର ମାଝୀ,ପ୍ରସନ୍ନ କୁମାର ପରିଡା,ବସନ୍ତ ନାଏକ,ଜୟ ମାଝୀ,ମଙ୍ଗୁଲୁ ମାଝୀ ନିରାକାର ବୁଦ୍ଧିଆ, କରନ ଗୌଡ଼, ଦୁର୍ବାସା ମାଝୀଙ୍କ ସମେତ ୫୦ରୁ ଉର୍ଦ୍ଧ କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ। ଉକ୍ତ କର୍ମୀମାନେ ସାମିଲ ହୋଇଥିବା ଯୋଗୁଁ  କଂଗ୍ରେସକୁ ଆହୁରି ଶକ୍ତିଶାଳି ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ନିର୍ବାଚନ ମଣ୍ଡଳୀରେ କିଭଳି ଧର୍ମ ଯୁଦ୍ଧ ହେବାକୁ ଯାଉଛି ସେଥିରେ କଂଗ୍ରେସ ନିଶ୍ଚୟ ବିଜୟ ହେବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।ତେବେ ଏହି ଲାଞ୍ଜିଗଡ଼ ନିର୍ବାଚନରେ ତ୍ରିମୁଖୀ ଲଢେ଼ଇ ହେଉଥିବା ବେଳେ ଜନତା ଜନାର୍ଦନ ନିଜ ନିଜ ଭୋଟ ଦେଇ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ସମୟ କହିବ।

Comments
Loading...