ବଳଭଦ୍ର ମାଝୀ ହେଲେ ବିଜେପିର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ, କାର୍ଯ୍ୟକର୍ତ୍ତା ମାନଙ୍କ ଭିତରେ ଆନନ୍ଦ ର ଲହରୀ

ନବରଙ୍ଗପୁର :-ବଳଭଦ୍ର ମାଝୀ ଙ୍କ ନାମ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଅଧିକାଂଶ କାର୍ଯ୍ୟକର୍ତ୍ତା ମାନଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି। ନବରଙ୍ଗପୁର ଜିଲ୍ଲା ର ଦଶଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ବଳଭଦ୍ର ମାଝୀ ଙ୍କୁ ଶୁଭେଚ୍ଛା ର ବାର୍ତ୍ତା ଦେଉଛନ୍ତି। ବଳଭଦ୍ର ମାଝୀ ଜଣେ ମେଳାପି ଓ ଦକ୍ଷ ବ୍ୟକ୍ତି ଏବଂ ସାଂସଦ ପାଇଁ ସଂପୂର୍ଣ୍ଣ ଯୋଗ୍ୟ ବ୍ୟକ୍ତି ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି। କିନ୍ତୁ ପର୍ଶୁରାମ ମାଝୀ ଙ୍କୁ ପ୍ରାର୍ଥୀ କରା ନ ଯିବା ଯୋଗୁଁ କିଛି ହାତ ଗଣତି ସମର୍ଥକ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଜେପି ବ୍ୟତିତ ଅନେକ ସାମାଜିକ, ସାଂସ୍କୃତିକ ଓ ରାଷ୍ଟ୍ରବାଦୀ ସଂଗଠନ ଗୁଡ଼ିକ ର ମଧ୍ୟ ସମର୍ଥନ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଙ୍କ ପ୍ରତି ରହିଥିବା ସୂଚନା ମିଳିଛି। ଗତ ମାର୍ଚ୍ଚ ୨୪ ତାରିଖ ଦିନ ପର୍ଶୁରାମ ମାଝୀ ଙ୍କ ସମର୍ଥକ ମାନେ ଏକ ବୈଠକ କରି ଉଦ୍ବେଗ ପ୍ରକାଶ କରିଥିବା କିଛି ଭିଡିଓ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ର ବିଷୟ ପାଲଟିଛି। ଅନ୍ୟ ପକ୍ଷରେ ଗାଁ ଗାଁ ରେ ବଳଭଦ୍ର ମାଝୀ ଙ୍କ ସମର୍ଥନ ରେ ଲୋକ ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି। ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ମଧ୍ୟ ବଳଭଦ୍ର ମାଝୀ ଙ୍କ ସହିତ ଥିବା ସୂଚନା ମିଳିଛି। ସମସ୍ତ ବର୍ଗ ଓ ସଂପ୍ରଦାୟ ସହ ମଧୁର ସଂପର୍କ ରକ୍ଷା କରି ଦୀର୍ଘ ପାଞ୍ଚବର୍ଷ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଥିବା ବଳଭଦ୍ର ମାଝୀ ଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ସଂପୂର୍ଣ୍ଣ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...