ଡାବୁଗାଁ ଜଙ୍ଗଲରେ ଲାଗିଲା ନିଆଁ,କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ନବରଙ୍ଗପୁର:- ଡାବୁଗାଁ ବନବିଭାଗ ଅଧିନସ୍ଥ ଚିକିଲି ଜଙ୍ଗଲରେ ଥିବା ମସାଣିରେ ଲାଗିଛି ନିଆଁ । ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି। ନିଆଁ କ୍ରମଶଃ ଅନିୟନ୍ତ୍ରିତ ହେବା ପରେ ମଧ୍ୟ ଡାବୁଗାଁ ବନ ବିଭାଗର କୌଣସି କର୍ମଚାରୀ ନିଆଁ ଲାଗିଥିବା ସ୍ଥାନକୁ ଯାଇନଥିବା ଗ୍ରାମବାସୀ ଆଲଚନା କଲେ ।ବନ ବିଭାଗର କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ବାଧ୍ୟ ହଇ କିଛି ଲୋକ ଏହି ଘଟଣା ବିଷୟରେ ଡାବୁଗାଁ ଅଗ୍ନିଶମ ବହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଡାବୁଗାଁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ଯାଇ ଗ୍ରାମ ବାସୀଙ୍କ ସହ ମିଶି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଆୟତ୍ତ ହେବାର ଅଧଘଣ୍ଟା ପରେ ସେଇ ସ୍ଥାନକୁ କିଛି ବନବିଭାଗ କର୍ମଚାରୀ ପହଞ୍ଚି ଥିଲେ ।

ଅଗ୍ନିଶମ ବାହିନୀ ଘଟମାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନଥିଲେ ଆଜି ଡାବୁଗାଁ ବନାଞ୍ଚଳ ର ଏକର ଏକର ଜଙ୍ଗଲ ଧ୍ୱଂସ ପାଇ ଯାଇଥାନ୍ତା । ଏହା ସହ ବହୁ ଔଷଧୀୟ ଗଛ, ବନ୍ୟା ପ୍ରାଣୀ ମଧ୍ୟ ଜଳି ପାଉଁଶ ହଇଯାଇଥାନ୍ତେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। *ଡାବୁଗାଁ ଅଞ୍ଚଲରେ ବନ ବିଭାଗ କର୍ମଚାରୀ ଏବଂ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା କଥା ନକହିବା ଭଲ ।ଏତିକି ପାଇଁ ଧିରେ ଧିରେ ଜଙ୍ଗଲ ଧ୍ବଂସ ହେବାକୁବସିଲାଣି।କାରଣ ଏହି କେତେ ବର୍ଷ ଭିତରେ ଡାବୁଗାଁ ଜଙ୍ଗଲ ପ୍ରାୟତଃ ପତଳା ହୋଇ ଗଲାଣି ! ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି ।

Comments
Loading...