ଡାବୁଗାଁ ପଞ୍ଚାୟତରେ ଜଳ ଯୋଗାଣରେ ସମ୍ପୂର୍ଣ ଅବ୍ୟବସ୍ଥା “ପାଣି ଛାଡିବା ପାଈଁ ପଇସା ମାଗୁଛି ଦାୟିତ୍ୱରେ ଥିବା କର୍ମଚାରୀ”

ନବରଙ୍ଗପୁର:- ଡାବୁଗାଁ ପଞ୍ଚାୟତରେ ପାନୀୟ ଜଳ ଜଗାଣରେ ସମ୍ପୂର୍ଣ ଅବ୍ୟବସ୍ଥା ଦେଖିବାକୁ ମିଳିଛି।ଡାବୁଗାଁ ପଞ୍ଚାୟତ ରେ ଜଳ ଜଗାଣ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ ନିଜର ଡିଉଟି ଠିକ ଭାବରେ କରୁନାହିଁ ଏଵଂ କାମରେ ସମ୍ପୂର୍ଣ୍ଣ ଅବହେଳା କରୁଛି। ଏବିଷୟରେ ବାରମ୍ବାର ପାତ୍ର ସହି, ବଜାରଦଣ୍ଡ, ଗୌଡ଼ ସହି,ରିବିନି ସହି ଏଵଂ ହରିଜନ ସାହିର ବାସିନ୍ଦା ମାନେ ଡାବୁଗାଁ ପଂଚାୟତ କୁ ଯାଇ ଅଭିଯୋଗ କରିବା ପରେ ମଧ୍ୟ କଣସି ସମାଧାନ ହେଉନାହିଁ।ପାଣି ସଠିକ ସମୟରେ ନ ଛାଡିବା ବିଷୟରେ ଦାୟିତ୍ୱ ରେ ଥିବା କର୍ମଚାରୀକୁ ଜନ ସାଧାରଣ ପାଣି କାହିଁକି ଆସୁନି ବୋଲି କହିଲେ, ସେ କହୁଛି ମର ଦରମା କମ ମତେ ଯେଉଁ ସାହିରେ ପାଣି ଦରକାର ସେମାନେ ଚାନ୍ଦା କଲେକସେନ କରି ପଇସା ଦେଲେ ପାଣି ଛାଡ଼ିବି ନହେଲେ ନାହିଁ ବଳି ସିଧା ସଳଖ ଉତ୍ତର ଦେଉଛି।ଖାଲି ସେତିକି ନୁହଁ ମଝିରେ ମଝିରେ ମୋଟର ଖରାପ ହେଇଯାଇଛି କହି ବନାଇବାକୁ ନେବି କହି ନିରହ ଜନତାକୁ ଭୁଆଁ ବୁଲାଇ ପଇସା ଆଦାୟ କରୁଛି। ସାହି ରେ ଥିବା ନଳକୂପ ଗୁଡିକ ଖରପ ହେଲେ. ମଧ୍ୟ ମାସ ମାସ ଧରି ତିଆରି କରାଯାଉ ନାହିଁ ଏଵଂ ତିଆରି କରିବା ପାଈଁ ମଧ୍ୟ ସାହିରେ ଚାନ୍ଦା ଆଦାୟ କରୁଛି କିନ୍ତୁ ଦୁଃଖର ବିଷୟ ନଳକୂପ ମରାମତି ପାଈଁ ସରକାର ମାଗଣାରେ ସବୁ ଜିନିଷ ଜଗାଉ ଛନ୍ତି ଏଵଂ ଏ ବିଷୟରେ ନିରୀହ ଜନସାଧାରଣ ଜାଣିପାରୁ ନାହାନ୍ତି ଏହାର ଭରପୁର ଫାଇଦା ଉଠାଉଛି ଡାବୁଗାଁ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ। ଯେହେତୁ ପଞ୍ଚାୟତ ଦାୟିତ୍ୱରେ ଥିବା ଅଧିକାରୀ ମାନେ ପାନୀୟ ଜଳ ସମସ୍ୟା ଉପରେ କଣସି ପଦକ୍ଷେପ ନେଉ ନାହାନ୍ତି ତେଣୁ ଏଥିପ୍ରତି ବ୍ଲକ ପ୍ରଶାସନ ଏଵଂ ଜିଲ୍ଲା ପ୍ରଶାସନ ସିଧାସଲାଖ ତଦନ୍ତ କରି  ଡାବୁଗାଁ ପଞ୍ଚାୟତର ଜଣେ ବ୍ୟକ୍ତିକୁ ଡାବୁଗାଁ ପଂଚାୟତ ଦାୟିତ୍ୱ ଦେଲେ ପାନୀୟ ଜଳ ସମସ୍ୟା ଦୂର ହଇ ଥାନ୍ତା।

Comments
Loading...