ଏଫଇଇଏଲ ର ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ

କୋଇଡା : କୋଇଡା ତହସିଲ ଅନ୍ତର୍ଗତ ସାନଇନ୍ଦିପୁର ଗ୍ରାମରେ ମେସର୍ସ ଫିଡର୍ସ ଇଲେକ୍ଟ୍ରିକ୍ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍ ( ଏଫଇଇଏଲ ) କମ୍ପାନୀ ପ୍ରସ୍ତାବିତ ୧.୫ ଏମଟିପିଏ କ୍ଷମତା ବିଶିଷ୍ଠ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ୍ ର  ସ୍ଥାପନା ନିମନ୍ତେ ଆବଶ୍ୟକ ପଡୁଥିବା ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ସାନଇନ୍ଦିପୁର ଗ୍ରାମରେ ସ୍ଥିତ ସାପ୍ତାହିକ ବଜାର ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜନଶୁଣାଣୀ ରେ ମୋଟ ୩୩ ଜଣ ସ୍ଥାନୀୟ ବାସିନ୍ଦା ପାରିପାର୍ଶିକ ଉନ୍ନତି ଦାବୀ ସହ ମେସର୍ସ ଫିଡର୍ସ ଇଲେକ୍ଟ୍ରିକ୍ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍ ( ଏଫଇଇଏଲ )  କମ୍ପାନୀ ସପକ୍ଷରେ ମତାମତ ରଖିଥିଲେ ତତ୍ ସହିତ ପ୍ଲାଣ୍ଟ୍ ସ୍ଥାପନ ହେଲେ ହେଲେ ଶବ୍ଦ ଓ ବାୟୁ ପ୍ରଦୂଷଣ ଭଳି ବହୁ ଅସୁବିଧାର ସମ୍ମୁଖିନ ହେବେ, ଏହାର ପ୍ରତିକାର ବ୍ୟବସ୍ଥା ଓ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ସ୍ଥାନୀୟବାସୀଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି,ରାସ୍ତାର ମରାମତି ଓ ଉନ୍ନତି କରଣ,  ପାନୀୟ ଜଳ ଯୋଗାଣ, ବୃକ୍ଷ ରୋପଣ ପାଇଁ ଦାବୀ ଉପସ୍ଥାପନ କରିଥିଲେ ।ଏହି ଜନ ଶୁଣାଣିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ  ,ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ   , କୋଇଡା ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ  ଙ୍କ ଉପସ୍ଥିତିରେ କୋଇଡ଼ା ଖ ଜିଲ୍ଲା ପରିଷଦ ଅଶୋକ କୁମାର ନାଏକ ତଥା ଗ୍ରାମବାସୀ ପ୍ରମୁଖ ଯୋଗ ଦେଇ ନିଜ ମତାମତ ସାଙ୍ଗକୁ ମେସର୍ସ ଫିଡର୍ସ ଇଲେକ୍ଟ୍ରିକ୍ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍ ( ଏଫଇଇଏଲ )  କମ୍ପାନୀ କୁ ସମର୍ଥନ ଜଣାଇଥିଲେ । କମ୍ପାନୀ ପକ୍ଷରୁ ମୁଖ୍ୟ ପ୍ରବନ୍ଧକ ନିହାର ଶତପଥୀ,  ୟୁନିଟ୍ ମୁଖ୍ୟ ସଂଗ୍ରାମ କେଶରୀ ରାୟ, ବ୍ରହ୍ମାନନ୍ଦ ସାହୁ ସମସ୍ତ ଉପସ୍ଥାପିତ ଦାବୀ ପ୍ରତି ଯତ୍ନବାନ୍ ହେବା ପ୍ରତିଶ୍ରୁତି ସହ ଲୋକଙ୍କ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Comments
Loading...