ରେଲ୍ହାତୁ ଠାରେ ସିପିଆଇଏମ୍ ପକ୍ଷରୁ କର୍ମୀ ସମ୍ମିଳନୀ

କୋଇଡା: ଆଗାମୀ ସାଧାରଣ ନିର୍ବାଚନ ରେ ବଣାଇଁ ନିର୍ବାଚନମଣ୍ଡଳୀ ରେ ସିପିଆଇଏମ୍ ତାର ବିଜୟଧାରା ବଜାୟ ରଖିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଏ ନେଇ ପଞ୍ଚାୟତ ସ୍ତର ବୁଥ୍ ସ୍ତର ଯାଇ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଉଛି । ଆଜି କୋଇଡା ବ୍ଲକ୍ ବଣ ଜଙ୍ଗଲ ମଧ୍ୟରେ ଥିବା ରେଲ୍ହାତୁ ପଞ୍ଚାୟତ ଝାରବେଡା ଠାରେ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସିପିଆଇଏମ୍ ପକ୍ଷରୁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା,  ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ସମେତ ରେଲ୍ହାତୁ ପଞ୍ଚାୟତ ସରପଞ୍ଚ, ସମିତି , ୱାଡ ସଭ୍ୟ ସଭ୍ୟା , ରକ୍ସି ସରପଞ୍ଚ ଆନନ୍ଦମାସୀ ହର ,ଜାମୁଡିହି ସରପଞ୍ଚ ନେଲସନ୍ ମୁଣ୍ଡା, କରମପାଲ ସିଂ , ଏଲିଆର ମୁଣ୍ଡା,  ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୋପିନାଥ ମହାନ୍ତ , ଅମାନ୍ତ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ସିପିଆଇଏମ୍ ଦଳ କୁ ଆହୁରି କେମିତି ସୁଦୃଢ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ପୁଣି ଥରେ ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିବେ ସେ ନେଇ ନେତୃତ୍ଵ ମଣ୍ଡଳି ଆହ୍ଵାନ ଦେଇଥିଲେ ।

Comments
Loading...