କାଶୀପୁର ଠାରେ କଂଗ୍ରେସର ବିଶାଳ ଜନ ସମାବେଶ

ସମାବେଶରେ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁବେଶ ବାଘେଲ, ଜନତାଙ୍କ ଭିଡ଼ ଦେଖି ବିରୋଧୀ ଛାନିଆ

ରାୟଗଡା(କୋଶଲ ନ୍ୟୁଜ୍):-କୋରାପୁଟ ସଂସଦୀୟ କ୍ଷେତ୍ର ରାୟଗଡା ବିଧାନସଭା ଆସନ ଗୋଟିଏ ବିଭିନ୍ନ ସମୟରେ ଚର୍ଚ୍ଚା କୁ ଆସିଥାଏ। ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାୟଗଡା ନିର୍ବାଚନ ମଣ୍ଡଳୀର ଉତ୍ତପ୍ତ ବଢ଼ିବାରେ ଲାଗିଛି।ଏହି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେ଼ଇ ହେଉ ଥିବା ବେଳେ ତିନି ପ୍ରମୁଖ ଦଳ ନିଜ ନିଜ ପ୍ରଚାର ଜୋରଦାର କରୁଛନ୍ତି। ତେବେ କଂଗ୍ରେସର ବରିଷ୍ଟ ନେତା ଆପଲସ୍ୱମୀ କାଡ୍ରାକା ରାୟଗଡା ଆସନ ପାଇଁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ସାଂସଦ ପ୍ରାର୍ଥୀ ସପ୍ତଗିରି ସଙ୍କର ଉଲାକା କୋରାପୁଟ ସଂସଦଦୀୟ ରେ ଠିଆ ହୋଇଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ପ୍ରଚାର ଅଧକ୍ଷ ଦୃଗା ପ୍ରସାଦ ପଣ୍ଡା ଙ୍କ ନେତୃତ୍ୱରେ ଏକ ବିଶାଳ ଜନସମାବେଶ ହୋଇଥିଲା କାଶୀପୁର ହେଲିପେଡ ପଡ଼ିଆ ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରୋଡ଼ ସୋବାଯାତ୍ର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉପସ୍ଥିତ ରହି ସାଂସଦ ପ୍ରାଥି ଙ୍କୁ ସପ୍ତଗିରି ସଙ୍କର ଉଲାକା ଓ ବିଧାୟକ ପ୍ରାର୍ଥୀ ଆପାଳ ସ୍ୱମୀ କାଡ୍ରାକା ଙ୍କ ପାଇଁ ଭୋଟଭିକ୍ଷା କରିଥିଲେ। ଏଥିରେ ବିଶେଷ ଅତିଥି ଭାବେ ପ୍ରଚାର ଅଧକ୍ଷ କୋରାପୁଟ ଦୃଗା ପଣ୍ଡା ବିଧାୟକ ପ୍ରାର୍ଥୀ ଆପାଳ ସ୍ୱମୀ କାଡ୍ରାକା ,ସାଂସଦ ପ୍ରାର୍ଥୀ ସପ୍ତଗିରି ସଙ୍କର ଉଲାକା ପ୍ରମୁଖ ରହି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷି ଥିବାବେଳେ ଅନୀଲ ଯେନ ଭୁବନେଶ୍ୱର ମହାନ୍ତି ପି ଦେବେନ୍ଦ୍ର ରାଓ ଜୟନ୍ତୁ ବୟଠାରୁ ପ୍ରମୁଖ ଉପସ୍ଥିତଥିଲେ। ଏହି ଜନସମାବେଶରେ କଂଗ୍ରେସ ପ୍ରେମୀ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ଏପଟେ ଭୋଟ ଗ୍ରହଣ ତାରିଖ ଆଉ ଅଳ୍ପ ଦିନ ଥିବା ବେଳେ ଏଭଳି ପ୍ରଚାର ଯୁବ ଭୋଟର ମାନଙ୍କୁ ଆକୃଷ୍ଟ କରିବା ସହ ଆନନ୍ଦ ଭରିଦେଇଛି ଆପାଳ ସ୍ୱମୀ କାଡ୍ରାକା ଓ ସପ୍ତଗିରି ସଙ୍କର ଉଲାକା ଙ୍କ ଏଭଳି ଜନ ସମର୍ଥନ ଦ୍ରୁତଗତି ରେ ବଢୁଥିବା ଦେଖି ବିରୋଧୀଙ୍କ ହୃଦ୍ ସ୍ପନ୍ଦନ ବଢ଼ି ଉତପ୍ତ ହେଉଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ରାୟଗଡା ଜିଲ୍ଲାରୁ ବିନୋଦ ନାଏକଙ୍କ ରିପୋର୍ଟ କୋଶଲ ନ୍ୟୁଜ୍

Comments
Loading...