ଦେବଗଡ଼ ରେ BJD ଦୁର୍ଗ କୁ ମଜଭୁତ୍ କରୁଛନ୍ତି ବିଜେଡି କର୍ମୀ

ଦେବଗଡ଼ (କୋଶଲ ନ୍ୟୁଜ୍):- ବର୍ତ୍ତମାନ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ରେ ବିଜେଡି ସଂଗଠନକୁ ସଦୃଢ଼ କରୁଛନ୍ତି ନେତା ଓ ସମର୍ଥକ। କିଛି ନିର୍ବାଚନ ମଣ୍ଡଳୀରେ ଏପର୍ଯ୍ୟନ୍ତ ବିଧାନ ସଭା ପ୍ରାଥି ଚୟନ ହୋଇପାରିନି। ଦ୍ବନ୍ଦରେ ବିଜେଡ଼ି ସମର୍ଥକ। କିନ୍ତୁ ରଚକର ବିଷୟ ପାଲଟିଛି ସମ୍ବଲପୁର ନିର୍ବାଚନ ମଣ୍ଡଳୀ। ଏଠି ୨ଜଣ ହେଭି ୱେଟ ନେତା ଲୋକସଭା ଆସନ ରୁ ପ୍ରାଥି ହୋଇଛନ୍ତି। ବିଜେଡି ରୁ ପ୍ରଣବ ପ୍ରକାଶ ଦାସ ଓ ବିଜେପି ରୁ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କର ନଜର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଉପରେ। ଏପଟେ କିନ୍ତୁ କର୍ମୀ ଓ ଆସାଇ ପ୍ରାଥି ମାନେ ନିଜ ଦଳକୁ ସଦୃଢ଼ କରିବାରେ ଲାଗିପଡିଛନ୍ତି। ଦେବଗଡ ନିର୍ବାଚନ ମଣ୍ଡଳୀର ରିଆମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମଧୁସୂଦନ ପ୍ରଧାନ ବହୁ ସଂଖ୍ୟକ ବିଜେଡ଼ି କର୍ମୀ, ଓ ସରପଞ୍ଚ,ସମିତି ସଭ୍ୟଙ୍କୁ ଏକତ୍ରିତ କରି ଏକ ସଭା ଆୟୋଜନ କରିଥିଲେ। ସଭାରେ ଆଲେଚନା ହୋଇଥଲା ବିଜେଡି ସଂଗଠନକୁ ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରରେ ସଦୃଢ଼ କରିବା ଓ ବିଜେଡ଼ି ସୁପ୍ରିମ ଯାହାଙ୍କୁ ଲୋକସଭା ପ୍ରାର୍ଥୀ ଓ ବିଧାନ ସଭା ପ୍ରାଥୀ ଭାବରେ ଚୟନ କରିବେ ।

ଆମେ ସମସ୍ତେ ଏକତ୍ର ହୋଇ ତାଙ୍କୁ ଜିତେଇବା ଓ ଷଷ୍ଠ ଥର ଲାଗି ନବୀନ ପଟ୍ଟନାୟଙ୍କୁ ମୁଖ୍ୟମନ୍ତ୍ରୀ କରାଇବା । ଏହା ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି ବିଜେଡି ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ କହିଛନ୍ତି। କିନ୍ତୁ ସବୁଠି ପ୍ରାଥୀକି ନେଇ ଗୋଷ୍ଟି କନ୍ଦଳ ଚାଲିଥିବା ବେଳ ଦେବଗଡ ବିଧାନସଭା ଆସନ କୁ ନେଇ କ’ଣ କହୁଛନ୍ତି ଅଧ୍ୟକ୍ଷ ମହାଶୟ ଆସନ୍ତୁ ଶୁଣିବା ।

Comments
Loading...