ଛେଳି ଛୁଆକୁ ଧକ୍କା ଦେଇ ଫେରାର୍ ମାରୁଥିବା ମଦ ଭର୍ତ୍ତି ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ

ଦେବଗଡ଼ (କୋଶଲ ନ୍ୟୁଜ୍):- ଛେଳି ଛୁଆକୁ ଧକ୍କା ଦେଇ ଫେରାର୍ ମାରୁଥିବା ମଦ ଭର୍ତ୍ତି ଗାଡ଼ି କୁ ଅଟକାଇଲେ ଗ୍ରାମବାସୀ। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହାର କଲନୀ ସାହି ଗାଁ ରାସ୍ତା ଉପରେ ଦୃତ ଗତିରେ ଏକ ବଲୋର ହାଡସଂହାର ଗାଁ ଆଡୁ ପଳସମା ଅଭିମୁଖେ ଯାଉଥିବା ମଦ ଭର୍ତ୍ତି ଗାଡ଼ି ସଂଖ୍ୟା OD 02 L 5988 ଗ୍ରାମର ଏକାଦୁଶିଆ ସାହୁଙ୍କ ଏକ ଛେଳି ଛୁଆକୁ ଧକ୍କା ଦେଇ ଦୃତ ଗତିରେ ପଳସମା ଆଡ଼କୁ ଫେରାର୍ ମାରୁଥିଲା।

ଗ୍ରାମର ଶେଷ ଆଡକୁ ଗାଁ ମୁଣ୍ଡରେ ଥିବା କିଛି ଲୋକ ଉକ୍ତ ଗାଡ଼ିକୁ ଅଟକାଇଛନ୍ତି । ମଦ ଭର୍ତ୍ତି ଗାଡ଼ି ଟି କୁଣ୍ଢେଇଗୋଳା ର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଘଟଣା ସ୍ଥଳରେ ଉଟୁଣିଆଁ ପଞ୍ଚାୟତର ସରପଞ୍ଚ ଙ୍କ ସ୍ବାମୀ ପଙ୍କଜ ପ୍ରଧାନ ଗ୍ରାମର ଓ୍ବାର୍ଡ ମେମ୍ବର ଶିବ ପଦିଲ ବୁଝାସୁଝା କରୁଥିବା ସୂଚନା ମିଳିଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଦିନ ମଦ ଭର୍ତ୍ତି ଗାଡ଼ି ଏହି ରାସ୍ତା ଦେଇ ଦୃତ ଗତିରେ ଯାଉଥିବା କହିଛନ୍ତି ଅଞ୍ଚଳବାସୀ । ଯାହା ସୂଚନା ମିଳିଛି ଆହତ ହୋଇଥିବା ଛେଳି ଛୁଆକୁ ଚିକିତ୍ସା ପାଇଁ ଦାବୀ ମଧ୍ୟ ରହିଛି ଏବଂ ପୋଲିସ କୁ ଫୋନ୍ କରି ଡକା ଯାଇଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାରି ନାହିଁ।

Comments
Loading...