ଭାଜପା ପକ୍ଷରୁ ଉଟୁଣିଆଁ ଠାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ଦେବଗଡ଼ (କୋଶଲ ନ୍ୟୁଜ୍):- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀଶକ୍ତିର ଅଭ୍ୟୁଦୟ ତଥା ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରି ଦେଶର ପ୍ରଗତିରେ ସେମାନଙ୍କର ଭୂମିକାକୁ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କୁ ସମ୍ମାନ ଦେବା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ହେବା ସହ ସେମାନେ ପ୍ରତି କ୍ଷେତ୍ରରେ ସଚେତନ ରହି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସୁବାସ ପ୍ରାଣିଗ୍ରାହିଙ୍କ ନେତୃତରେ ରିଆମାଳ ବ୍ଲକ ଉଟୁଣିଆଁ ଠାରେ ଛଅ ଗୋଟି ପଞ୍ଚାୟତ କୁ ନେଇ ଯଥା କଣ୍ଟାବାହାଳ ପଳସମା କରଲଗା ବାଘବର ଖିଲେଇ ଓ ଉଟୁଣିଆଁ ପଞ୍ଚାୟତର ମହିଳା ମାନଙ୍କୁ ଏକାଠି କରି ନାରୀ ଶକ୍ତି ବନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବିଶାଳ ପଦଯାତ୍ରା ରିଆମାଳ ବ୍ଲକ ଉଟୁଣିଆଁ ଶ୍ରୀ ହନୁମାନ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ଗାଁ ପରିକ୍ରମା କରିବା ସହିତ ଗାଁ ଆମ୍ବତଟା ରେ ପହଞ୍ଚିଥିଲା । ଏଠାରେ ଏକ ସଭାର ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ସମସ୍ତ ଯୋଜନା ବାବଦରେ ଉପସ୍ଥିତ ମା’ମାନଙ୍କୁ ଅବଗତ କରାଯାଇଥିଲା ।

କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ସହିତ ବିଭିନ୍ନ ଯୋଜନାର ଫାଇଦା ନେବାକୁ ଉପସ୍ଥିତ ନେତୃମଣ୍ଡଳୀ ଉଦ୍‌ବୋଧନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କୁ ଯୋଗାଇ ଦିଆଯାଉଥିବା ଯୋଜନାକୁ ଓଡ଼ିଶାରେ ରାଜ୍ୟ ସରକାର ହ୍ୟାକ କରି ନିଜ ନାମରେ ପ୍ରଚାର ପ୍ରସାର କରୁଥିବା ବେଳେ ଏଥିପ୍ରତି ସଚେତନ ରହିବାକୁ ଉପସ୍ଥିତ ମହିଳା ମାନଙ୍କୁ ଜିଲା ମହିଳା ମୋର୍ଚ୍ଚା ସଭାପତି ବିଳାସିନୀ ଥୋପା ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ସୁବାସ ପ୍ରାଣିଗ୍ରାହି , ରାଜ୍ୟ କାର୍ଯ୍ୟକାରିଣୀ ସୁଧିର କୁମାର ବ୍ରହ୍ମା, ସଚ୍ଚିକାନ୍ତ ଦାଶ, ସନ୍ତୋଷ ସାହୁ ବିରେନ ପ୍ରଧାନ, ଲିଙ୍ଗରାଜ ସାହୁ ମହାନ୍ତ ବେହେରା ଓ ଜିଲ୍ଲା ଭାଜପାର ଅନ୍ୟ ମେମ୍ବର ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ ।

Comments
Loading...