ରେଢ଼ାଖୋଲ ଓୟୁଜେ ସାମ୍ବାଦିକ ସଙ୍ଘ ର ପ୍ରତିବାଦ ଦିବସ

ରେଢାଖୋଲ (କୋଶଲ ନ୍ୟୁଜ ):-ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ବାନକ୍ରମେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସାମ୍ବାଦିକ ୟୁନିୟନ ରେଢାଖୋଲ ୟୁନିଟ୍ ତରଫରୁ ପ୍ରତିବାଦ ଦିବସ ପାଳନ କରାଯାଇଛି। ସାମ୍ବାଦିକ ମାନଙ୍କୁ ପେନସନ ରାଶି ପ୍ରଦାନ ଏବଂ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଆଦି ଦାବୀରେ ରେଢାଖୋଲ ୟୁନିଟ୍ ର ସମସ୍ତ ସଦସ୍ୟ କଳା ବ୍ୟାଚ୍ ପିନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।

ଏଥିରେ ୟୁନିୟନର ସଭାପତି ଜୟନ୍ତ କୁମାର ଖଡିରତ୍ନ, ସଂପାଦକ ଶଙ୍କର ପ୍ରୁଷ୍ଟି, ରମାକାନ୍ତ ମହାନନ୍ଦ, ମିଡିଆ କୋଅଡିନେଟର କନ୍ଦର୍ପ ବେହେରା, ପ୍ରସନ୍ନ କୁମାର ପ୍ରଧାନ, ଅନୀଲ କୁମାର ପ୍ରୁଷ୍ଟି, ତପନ କୁମାର ବିଶ୍ବାଳ, ସରୋଜ କୁମାର ସାହୁ, ବିଦ୍ୟାଧର ମାଝୀ, ଲିଙ୍ଗରାଜ ପ୍ରଧାନ , ମମତା ପାତ୍ର, ରୋହିତ ଭୋଇ, ମଦନ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ।

Comments
Loading...