ଦିବ୍ୟାଙ୍ଗ ସିନ୍ଧୁଲତାଙ୍କୁ କେବେ ମିଳିବ ଅନ୍ତୋଦୟ କାର୍ଡ ?

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ପିପଲବାହାଲ ଗାଁର ଜନ୍ମ ରୁ ଦିବ୍ୟାଙ୍ଗ ସିନ୍ଧୁଲତା ରଣା ୩୧ ବର୍ଷ ତାଙ୍କୁ ଅନ୍ତୋଦୟ କାର୍ଡ ଖଣ୍ଡିଏ ଦେବା ପାଇଁ ନିବେଦନ କରିଛନ୍ତି । ସେ ଏନେଇ ଦୀର୍ଘ ୪ ବର୍ଷ ହେବ ପ୍ରଶାସନ ପାଖରେ ନିବେଦନ କରିଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ଜନ୍ମ ରୁ ଦିବ୍ୟାଙ୍ଗ ହୋଇଥିବାରୁ ଅନ୍ୟ ମାନଙ୍କର ଉପରେ ନିର୍ଭର କରି ଦୟନୀୟ ଭାବରେ ଜୀବନ ବିତାଉଛନ୍ତି । ସିନ୍ଧୁଲତାଙ୍କ ମାଁ ଓ ବାପା ଦୀର୍ଘ ୧୫ ବର୍ଷ ହେବ ମୃତ୍ୟୁ ହୋଇଥିବା ବେଳେ ଏବେ ସେ ସାହି ପୋଡ଼ିଶା ଘରର ସହଯୋଗ ରେ ପେଟପାଟଣା ଚଲାଉଛନ୍ତି । ଏନେଇ ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନେଇ ସିନ୍ଧୁଲତାଙ୍କୁ ଅନ୍ତୋଦୟ କାର୍ଡ ଖଣ୍ଡିଏ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

Comments
Loading...