ଗନ୍ଧମାର୍ଦ୍ଧନ ତଳି କନ୍ଦ୍ରାଭଟା ଅଞ୍ଚଳ ରେ ନିଆଁ : ଜଳୁଛି ସଂରକ୍ଷିତ ଜଙ୍ଗଲ ନିରବ ପ୍ରଶାସନ

ପାଟଣାଗଡ଼ ୦୬/୦୫( କୋଶଲ ନ୍ୟୁଜ୍ ) : ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ ର ତଳି ଅଞ୍ଚଳରେ ଥିବା ପବିତ୍ର ଶୈବ ପୀଠ କନ୍ଦ୍ରାଭଟା ରେ ଥିବା ସଂରକ୍ଷିତ ଜଙ୍ଗଲ ରେ ସୋମବାର ଦିନ  ଜଙ୍ଗଲ ନିଆଁ ଲାଗି ଭୟଙ୍କର ଆକାର ଧାରଣ କରି ନିଆଁ ପାହାଡ଼ ଶିଖର ଆଡ଼କୁ ମୁହାଉଥିବା ବେଳେ କନ୍ଦ୍ରାଭଟା ତ୍ରିଲିଙ୍ଗେଶ୍ୱର ବାବା ଙ୍କୁ ଦର୍ଶନ କରି ଯାଉଥିବା ବିଙ୍ଗ ହ୍ୟୁମାନ ସ୍ବେଛାସେବୀ ସଂଗଠନ ର ସଦସ୍ୟ ଶଶିକାନ୍ତ ଧରୁଆ, ସୁବାସ ଧରୁଆ, ଯତୀନ ଧରୁଆ, ଅର୍ଜୁନ ବରିହା, ଅନିଲ ଧରୁଆ ପ୍ରମୁଖ ମାନେ ତୁରନ୍ତ ନିଆଁ କୁ ଆୟତ କରିବାରେ ଲାଗିପଡ଼ିଥିଲେ । ବହୁତ ପରିଶ୍ରମ ପରେ ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇପାରିଥିଲେ । ସୂଚନା ଯୋଗ୍ୟ ଯେ, ବିଶେଷ କରି ଖରା ମାସରେ ଜଙ୍ଗଲ ର ତଳି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମାନେ ମହୁଲ ସଂଗ୍ରହ କରିବାକୁ କୁଟା କାଟି ପତ୍ର ସଫା ପାଇଁ ନିଆଁ ଲଗାଇଦିଅନ୍ତି ଓ ପର ମୁହୂର୍ତ୍ତ ରେ ସେଇ ନିଆଁ ସାରା ଜଙ୍ଗଲ କୁ ବ୍ୟାପି ପ୍ରଭୂତ କ୍ଷତି ଘଟାଇ ଥାଏ । ଏଣୁ ଜଙ୍ଗଲ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି । ବିଙ୍ଗ ହ୍ୟୁମାନ ସଂଗଠନ ର ଏପରି ଜନହିତକର କାମକୁ ଅଞ୍ଚଳ ରେ ଭୁରି ଭୁରି ପ୍ରଶଂସା କରାଯାଇଛି ।

Comments
Loading...