ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା

ନବରଙ୍ଗପୁର(କୋଶଲ ନ୍ୟୁଜ୍):-ଶ୍ରୀରାମ ନବମୀ ଅବସରରେ ଆଜି ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ସ୍ଥାନରେ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। କୋଡିଙ୍ଗା, ଡାବୁଗାଁ, ଜଟାବାଲ ଇତ୍ୟାଦି ସ୍ଥାନରେ ସମ୍ପୂର୍ଣ୍ଣ ପାରମ୍ପରିକ ରିତୀନୀତିରେ ପୂଜା ଅର୍ଚ୍ଚନା କରା ଯାଇ ଶ୍ରୀରାମ ନବମୀ ଶୋଭାଯାତ୍ରା ବାହାରିଥିଲା। ହିନ୍ଦୁ ଭାଇ ମାନେ ମାଁ ତାରିଣୀ ଛକ ନିକଟରେ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲା । ସନ୍ଧ୍ୟା ରେ ମାଁ ଠାକୁରାଣୀ ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରିଥିଲା ଏବଂ ଗ୍ରାମ ପରିକ୍ରମା କରିଥିଲା। ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ବିଜେଡି ସାଂସଦ ପାର୍ଥୀ ପ୍ରଦୀପ ମାଝୀ, ବିଜେପି ବିଧାୟକ ପାର୍ଥୀ ସୋମନାଥ ପୂଜାରୀ, ଆଇନଜୀବୀ ଦିବ୍ୟ ରଞ୍ଜନ ପାତ୍ର, ଆଇନଜୀବୀ ଜୟନ୍ତ କୁମାର ପାତ୍ର, ଜେ. ରାଜ ଶେଖର ରାଓ, ମହେଶ ପାତ୍ର, କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ବିଶ୍ବ ରଞ୍ଜନ ପାତ୍ର, ସୁରେଶ ବେହେରା, ନରୁ ସିଂ ଏବଂ ଶତାଧିକ ହିନ୍ଦୁ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଏହା ସଂପୂର୍ଣ୍ଣ ଅଣ ରାଜନୈତିକ ଶୋଭାଯାତ୍ରା ଥିଲା। ଠିକ ଏହି ପରି ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ଜଟାବାଲ୍ ଓ କୋଡିଙ୍ଗା ରେ ମଧ୍ୟ ଶୋଭାଯାତ୍ରା ବାହାରିଥିଲା। ଜଳନ୍ଧର ସିଂ, ଜୟସେନ ନାଗେଶ, ଅରୁଣ ନାୟକ ମହେନ୍ଦ୍ର ପାତ୍ର ଏବଂ ଅନ୍ୟମାନେ ଶୋଭାଯାତ୍ରା ରେ ସାମିଲ ଥିଲେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...