ଗାଧୋଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ : ପୋଖରୀ ପାଲଟିଛି ମଇଦାନ

ପାଟଣାଗଡ଼ ୦୬/୦୫( କୋଶଲ ନ୍ୟୁଜ୍ ) : ଗାଧୋଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ପୋଖରୀ ପାଲଟିଛି ମଇଦାନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତ ର ଝାଙ୍କ୍ରିପାଲି ଗାଁ ରେ । ‘ଜଳ ହିଁ ଜୀବନ’ ପରି ନାରା ଦେଇ ସରକାର ଲୋକଙ୍କୁ ଅଂଶୁଘାତ ରୁ ଦୁରେଇ ରହିବା ପାଇଁ ସଜାଗ କରୁଥିବାବେଳେ କିନ୍ତୁ ଝାଙ୍କ୍ରିପାଲି ଗାଁ ପୋଖରୀରେ ଜଳ ର ଅଭାବ ଦେଖା ଦେଉଛି । ପଙ୍କ ଉଦ୍ଧାର କାମ ନ ହୋଇଥିବା ସ୍ଥଳରେ ପୋଖରୀରେ କେବଳ ଆଣ୍ଠୁଏ କାଦୁଅ ଅଛି । ବାଲଟି ରେ ପାଣି କାଢି ତାକୁ ଗାଧୋଉ ଅଛନ୍ତି ଗ୍ରାମବାସୀ । ଗ୍ରାମ ପୋଖରୀ ଟା ପାଖାପାଖି ୫୦ ବର୍ଷ ହେବ ପଙ୍କ ଉଦ୍ଧାର କାମ କିମ୍ବା ମାଟି କାମ ହୋଇନାହିଁ । ବିଡ଼ିଓ ମହୋଦୟ ଙ୍କୁ ଗ୍ରାମବାସୀ ବାରମ୍ବାର ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଗ୍ରାମବାସୀ । ଖବର କାଗଜ ଏବଂ ଟିଭି ମିଡ଼ିଆ ରେ ଖବର ପ୍ରକାଶିତ ହେଲେ ସୁଦ୍ଧା ପ୍ରଶାସନ ତରଫରୁ କିଛି ଲାଭଦାୟକ ପଦକ୍ଷେପ ନିଆଯାଉ ନାହିଁ । ପଞ୍ଚାୟତ ର ଅନ୍ୟ ଗ୍ରାମଗୁଡିକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ମାଟି ଉଠାଇବା ଏବଂ ପୋଖରୀ ନିର୍ମାଣ କାର୍ଯ୍ୟ ହେଉଥିବାବେଳେ କିନ୍ତୁ ଝାଙ୍କ୍ରିପାଲି ଗାଁ ର ତେତେଲମୁଣ୍ଡା ପୋଖରୀ କୁ ଅଣ ଦେଖା କରୁଛି ପ୍ରଶାସନ । ଏହି ପୋଖରୀ ରେ ଗ୍ରାମର ସମସ୍ତେ ନିର୍ଭର କରୁଥିବା ସ୍ଥଳେ ବ୍ଲକ କିମ୍ବା ପଞ୍ଚାୟତ ତରଫରୁ କୌଣସି ଉନ୍ନୟନ ମୂଳକ କାମ ଦେଉ ନାହାନ୍ତି । ଏପଟେ ପାଣି ବିକଳରେ ଗ୍ରାମବାସୀ ଉତ୍ୟକ୍ତ ହେଉଛନ୍ତି । ବିଡ଼ିଓ ମହୋଦୟ ତ ଏଥି ପ୍ରତି ଧ୍ୟାନ ଦେଉନାହାଁନ୍ତି କାହିଁକି । ଗାଁ ରେ ବସୁଧା ଜଳ ଯୋଗାଣ ପାଇଁ ଏ ପୋଖରୀ ପାଖରେ କୁଅ ଖନନ କରି କୁଅର ମାଟି କୁ ପୋଖରୀ ରେ ପକାଇ ଦେଇଛନ୍ତି । ଯାହା ଫଳରେ ପୋଖରୀରେ ପାଣି ନାହିଁ । କେବଳ କାଦୁଅ ଗଣ୍ଡେ ପଡିଛି । ଏହି ଠିକା କାମରେ ପୋଖରୀରେ ପକାଇଥିବା ମାଟିକୁ କାଢିବା ପାଇଁ ମଧ୍ୟ ଅନେକ ଥର ଅଭିଯୋଗ ହୋଇଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ନ ଦେଇ ପ୍ରଶାସନ ଆଖି ବନ୍ଦକରି ବସିଛି । ତେଣୁ ଗ୍ରାମବାସୀ ଏ ବିଷୟ ରେ ପୁଣିଥରେ ବିଡ଼ିଓ ଏବଂ ଜିଲ୍ଲାପାଳ ମହୋଦୟ ଙ୍କୁ ଏ ଘଟଣା ଟି ଉପରେ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ ପୋଖରୀକୁ ଅତି ଶିଘ୍ର ମାଟି ଏବଂ ପଙ୍କ ଉଦ୍ଧାର କରିବା ପାଇଁଁ ଦାବୀ କରିଛନ୍ତି ।

Comments
Loading...