ନବରଙ୍ଗପୁର :- ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଶୁକ୍ରବାର ପେଟ୍ରୋଲିଂ କରିବା ସମୟରେ ଚିଚିବାଇ ରାସ୍ତାରେ ଆଜି 3ଘଣ୍ଟା ସମୟରେ ବାଇକ ଶହ ୪୦ ଲିଟର ସଲପି ରସ ଜବତ କରିବା ଶହ ବନ୍ଦକନା ଗ୍ରାମର ସମଡୁ ଗୌଡ଼ କୁ ଗିରଫ କରିଛି ଅବକାରୀ ବିଭାଗ।
ଏହି ପେଟ୍ରୋଲିଂ ସମୟରେ ବାଇକ ନଂ ଓଡି ୨୪ ଏ ୪୧୯୮ ଯୋଗେ ଯାଉଥିବା ବେଳେ ଅବକାରୀ କର୍ମଚାରୀ ମାନେ ଉକ୍ତ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ବାଇକ ରେ ଏକ ପ୍ଲାଷ୍ଟିକ ଡବାରେ ୪୦ ଲିଟର ସଲଫି ରସ ଥିଲା | ଏହା ସହ ବାଇକ ଆରୋହି କୁ ଗିରଫ କରାଯାଇଛି |
ଏହି ଚଢାଉରେ ଅବକାରୀ ନିରିକ୍ଷକ ରଞ୍ଜୁଲତା ବାରିକ ଙ୍କ ତତ୍ଵାବଧାନ ରେ ଡାବୁଗାଁ ଅବକାରୀ ଉପ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ଏସ. କେ ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୮/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |