ଅବକାରୀ ବିଭାଗର ଚଢ଼ାଉ,୨ ଜଣ ଗିରଫ

ନବରଙ୍ଗପୁର:-ଡାବୁଗାଁ ଥାନା ଅଧୀନ ଡଙ୍ଗରା ଓ ମେଞ୍ଜର ଗ୍ରାମର ୨ଜଣ ଙ୍କ ଘରେ ସୋମବାର ଅବକାରୀ ବିଭାଗ ଚଢ଼ାଉ କରି ୨୦.୮ ଲିଟର ବିଅର ମଦ ଜବତ କରିଛି । ଅବକାରୀ ବିଭାଗ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ବିଭାଗ ନିରୀକ୍ଷକ ରଞ୍ଜୁଲତା ବାରିକଙ୍କ ତତ୍ତ୍ଵାବଧାନରେ ରବିବାର ଦିନ ଡାବୁଗାଁ ଥାନା ଅଧୀନ ତମ ନର

*ବଡ଼ବିଲଡଙ୍ଗରା ଗ୍ରାମରଜଦୁରାମ ଗୌଡ ଓ ମେଞ୍ଜର ଗ୍ରାମ ର ଭଗବାନ ଭତ୍ରା ଙ୍କ ଘରେ ଚଢ଼ାଉ କରି ୨୦.୮ ବିଅର ଜବତ କରିଥିଲେ । ୨ ଜଣ ଙ୍କୁ ଗିରଫ କରି ନୋଟିସ ଦିଆଯାଇ ଛାଡି ଦିଆଯାଇଛି | ଏହି ଚଢ଼ାଉ ରେ ଡାବୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ବୁଲୁ ପାତ୍ର, ସହ ଉପ ନିରୀକ୍ଷକ ଏସ. କେ. ପଣ୍ଡା, ସୁରେଖା ଭତ୍ରା, ଶ୍ରୀକାନ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ୨ଜଣ ଙ୍କ ନାମରେ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୦/୨୩-୨୪ ଓ ୨୨୧/୨୩-୨୪ ରେ ମାମଲା ରୁଜୁ ହୋଇଛି। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...