ଡାବୁଗାଁ ବ୍ଲକରେ ପାନୀୟ ଜଳ ସମସ୍ୟା ଉତ୍କଟ

ବି:ଦ୍ର:-ବସୁଧା ଯଜନା କେବଳ କାଗଜ ପତ୍ରରେ ଚାଲିଛି ଡାବୁଗାଁ ବ୍ଲକରେ,ପ୍ରକୃତ ସତ୍ୟ କିଛି ଅଲଗା

ଡାବୁଗାଁ:- ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ଗ୍ରାମପଞ୍ଚାୟତ କୁ ବିଭିନ୍ନ ଯୋଜନା ପାଇଁ କୋଟି କୋଟି ଟଙ୍କାଖର୍ଚ୍ଚ କରି ଥାଆନ୍ତି। ନିର୍ବାଚିତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ। ଯେଉଁଥିରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦେଇଥାନ୍ତି।ବସୁଧା ଯଜନା କେବଳ କାଗଜ ପତ୍ରରେ ଚାଲିଛି ଡାବୁଗାଁ ବ୍ଲକରେ,ପ୍ରକୃତ ସତ୍ୟ କିଛି ଅଲଗା।
ବାସ୍ତବରେ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଡାବୁଗାଁ ଶହ ଗାଁ ଗହଳିରେ ଏହି ଯୋଜନା ବାଟବଣା ହଇଛି ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରଙ୍କ ଅବହେଳା ଯୋଗୁଁ। ଖରାମାସ ଆରମ୍ଭରୁ ଯଦି ଜଳ ସଙ୍କଟ ଦେଖାଦେଲାଣି ତାହାହେଲେ ଆସନ୍ତା ଦିନ ମାନଙ୍କରେ ସମସ୍ୟା ଆହୁରି ଗମ୍ଭୀର ହଇପରେ ବଲି ଆଶଙ୍କା କରାଯାଉଛି ।ବର୍ତ୍ତମାନ ବ୍ଲକର ବିଭିନ୍ନ ଗ୍ରାମରେ ଭଲଭାବରେ ପିଇବା ପାଣି ମିଳୁନାହିଁ। ଏହାଛଡା ସେଠାରେ ଥିବା ଷ୍ଟାଣ୍ଡ ପୋଷ୍ଟରୁ ମଧ୍ୟ ଆବଶ୍ୟକ ମୁତାବକ ପାଣି ବାହାରୁନି। ଅଂଚଳରେ ଥିବା ନଳକୂପ ଗୁଡିକ ଖରାପ ଭାଇପଡିଛି କିନ୍ତୁ ତିଆରି ହୋଇପାରୁନି ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ। ଏବିଷୟରେ ସ୍ଥାନୀୟ ବାସିନ୍ଦାମାନେ ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେଣି କିନ୍ତୁ କଣସି ସୁଫଳ ମିଳୁନାହିଁ। ପାନୀୟ ଜଳ ସଙ୍କଟ ଜଟିଳ ହେବା ପୂର୍ବରୁ ଏହାର ସମାଧାନ ପାଇଁ ପ୍ରଶାସନ ବା ଦାଇତ୍ୱରେ ଥିବା ଅଧିକାରୀ ମାନେ ଦୃଷ୍ଟି ଦେଲେ ଆଗାମୀ ଦିନରେ ହେବାକୁ ଯାଉଥିବା ଜଳ ସଂକଟକୁ ରକାଯାଇ ପାରିବ ବୋଲି ଦୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।କିନ୍ତୁ ଦୁଃଖର ବିଷୟ ଜଳ ଯୋଗାଣ ଦାୟିତ୍ୱରେ ଥିବା ଅଧିକରୀ ମାନେ ସଠିକ ଭାବରେ ନିଜର କାର୍ଯ୍ୟ ତୁଲାଉ ନଥିବା କାରଣରୁ ଏହି ସବୁ ସମସ୍ୟାର ସମାଧନ ହୋଇ ପାରୁନାଇଁ। ସମସ୍ୟା ଗୁଡିକର ସମାଧାନ ପାଈଁ ସେମାଙ୍କୁ ଯୋଗାଯୋଗ କରିବା ପାଈଁ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ୍ୟ ଯୋଗାଯୋଗ ହୋଇ ପାରୁନାହିଁ।ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହୋଇ ଥାନ୍ତେ।ରିପୋଟ -ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...