କୋଶଲ ନ୍ୟୁଜର ମହାପ୍ରଭାବ : ତତ୍ପରତା ଦେଖାଇଲେ ପ୍ରଶାସନ : ମୌଳିକ ସୁବିଧାରୁ ବଞ୍ଚିତ ଥିବା ଶ୍ରୀକ୍ରିଷ୍ଣା ଖଣ୍ଡେୟାଙ୍କୁ ମିଳିଲା ସରକାରୀ ସହାୟତା

ମାଲକାନଗିରି (କୋଶଲ ନ୍ୟୁଜ୍) ଦୁଇଦିନ ତଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ପି.ଭି-୭୩ (କୁନାନପଲ୍ଲୀ) ଗ୍ରାମରେ ଅସହାୟ ଅବସ୍ଥାରେ ଦୀର୍ଘ 10 ରୁ 12 ବର୍ଷ ଶ୍ରୀକ୍ରିଷ୍ଣା ଖଣ୍ଡେୟା ବସବାସ କରୁଥିବାରେ ଏକ ଖବର କୋଶଲ ନ୍ୟୁଜ ମାଧ୍ୟମରେ ପ୍ରସାରଣ ହୋଇଥିଲା l ଖବର ପ୍ରସାରଣ ପରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କାଲିମେଳା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଓ ଭୁଵନପାଲ୍ଲୀ ପଞ୍ଚାୟତର (PEO) ସମ୍ପ୍ରସାରଣ ଅଧିକାରୀ ବୃଦ୍ଧଙ୍କ ନିକଟରେ ପହଞ୍ଚି କିଛି ଶୁଖିଲା ଖାଦ୍ୟ, ବସ୍ତ୍ର କମଳ ଆଦି ପ୍ରଦାନ କରିଥିଲେ l ଏହା ସହ ବୃଦ୍ଧଙ୍କୁ ମାଲକାନଗିରି ବୃଦ୍ଧାଶ୍ରମ ପଠେଇବାର ବ୍ୟବସ୍ଥା ମଧ୍ୟ କରିଥିଲେ l

ଶ୍ରୀକ୍ରିଷ୍ଣା ଖଣ୍ଡେୟାଙ୍କୁ ସରକାରୀ ସହାୟତା ମିଳିଥିବାରୁ ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣେଇଛନ୍ତି l

Comments
Loading...