ସାମ୍ବାଦିକକୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦା କଲେ ମାଲକାନଗିରି ଜିଲ୍ଲାର ସାମ୍ବାଦିକ ଗଣ

ମାଲକାନଗିରି (କୋଶଲ ନ୍ୟୁଜ୍) କେନ୍ଦ୍ରାପଡା ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା ପୋଲିସ ଦୃବ୍ୟବହାର କରିବା ସହ ଚାପୁଡ଼ା ମାରିବା ଘଟଣାକୁ ଆଜି ମାଲକାନଗିରି ଜିଲ୍ଲାରେ ସମସ୍ତ ସାମ୍ବାଦିକ ଏକତା ହୋଇ ଦୃଢ଼ ନିନ୍ଦା କରିବା ସହ ଏଥି ପ୍ରତି ଦୁଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧକ୍ଷତାରେ ସାମ୍ବାଦିକ ଭାଇ ମାନେ ସନ୍ଧ୍ୟାରେ ଏକତ୍ରିତ ହେଇ ଏକ ବୈଠକ କରିଥିଲେ । ଉକ୍ତ ବୈଠକରେ ବିଭିନ୍ନ ପ୍ରକାର ମତାମତ, ଆଲୋଚନା କରିବା ପରେ ଶେଷରେ ଏହି ସିଧାନ୍ତରେ ପହଁଚିଲେ କି ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ସାମ୍ବାଦିକ ସୁରକ୍ଷା ପାଇଁ ଆଇନ ଲାଗୁ କରିବା,ମାଡ଼ ମାରିଥିବା ମହିଳା ପୋଲିସ କୁ କାର୍ଯ୍ୟରୁ ନିଲମ୍ବନ କରିବା ଓ କାର୍ଯ୍ୟରତ ସାମ୍ବାଦିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲାର ସାମ୍ବାଦିକ ମାନଙ୍କ ମଧ୍ୟରୁ ଅଶୋକ ମିଶ୍ର, ଶ୍ରୀନିବାସ ପାତ୍ର,ତ୍ରିଲୋଚନ ଦାସ,ଶିବ ପ୍ରସାଦ ଦାଶ, ସୋନୁ ଅନୁଗୁ, ମନୋଜ କୁମାର ମହାନ୍ତି, ସୀମାଞ୍ଚଳ ପାଣିଗ୍ରାହୀ,ସତ୍ତ ନାରାୟଣ ଦାଶ,ବିକ୍ରମ କିଶୋର ସ୍ୱାଇଁ,ସଞ୍ଜୟ ଢ଼ାଲି,ସୁଶାନ୍ତ ସୁନା,ବିତୁ ରାଓ, କିଶୋର ପାଟିକା, ଅଶିମ ବିଶ୍ୱାସ,ବସନ୍ତ କୁମାର ଜେନା,ଅଜିତ କୁମାର ଖୋସାଲା, ମାଣିକ ବାଛାଡ଼,ଅଭିରାମ ସେନାପତି, ଅପୂର୍ଵ ଥଣ୍ଡର,ଚନ୍ଦନ କୁମାର ପଣ୍ଡା ଉପସ୍ଥିତ ଥିଲେ। ଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଦେଇ ବୈଠକକୁ ସମାପ୍ତ କରିଥିଲେ।

Comments
Loading...