ମାଲକାନଗିରି ଜିଲ୍ଲାର ଦୁଃଖ ବର୍ଷା

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାରେ ବର୍ଷା ଦିନେ ଦେଖିବାକୁ ମିଳେ ଦ୍ଵନ୍ଦ ମୟ ପରିସ୍ଥିତି। ସାମାନ୍ୟ ବର୍ଷା ହେଲେ ଵନ୍ୟା, ବାହ୍ୟ ଜଗତରୁ ହୁଏ ସମ୍ପର୍କ ଛିନ୍ନ। ଜୟପୁର ଠାରୁ ମୋଟୁ ହେଉ ବା ଜୟପୁର ଠାରୁ ଚିତ୍ରକୋଣ୍ଡାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ କରିଥାନ୍ତି l କିନ୍ତୁ,ପାଙ୍ଗାମ, ପଟେରୁ,କାଙ୍ଗୁରୁକୋଣ୍ଡା,ଏମ.ଭି୯୦, ଏମ.ଭି୯୬, କନ୍ୟାଶ୍ରମ, କୋରକୋଣ୍ଡା ପୋଲ ଉପରେ ୫ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହୋଇଥାଏ। ଜରୁରୀକାଳୀନ ସେବା, ସ୍ଵାସ୍ଥ୍ୟ ସେବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଜିଲ୍ଲା ବାସୀଙ୍କୁ। କନ୍ୟାଶ୍ରମ ବ୍ରିଜ କାମ ଗତ ୨ ଵର୍ଷ ହେଲାଣି ଆରମ୍ଭ ହେଲାଣି ସତ୍ତ୍ୱେ କିନ୍ତୁ କାମର ପ୍ରଖରତାରୁ ଅନୁମେୟ ତାହା ସମ୍ପୁର୍ଣ୍ଣ ହେବାକୁ ଆହୁରି ୫ଵର୍ଷ ଲାଗିବ। କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ପାଙ୍ଗାମ,ପଟେରୁ, କାଙ୍ଗୁରୁକୋଣ୍ଡା,ଏମ.ଭି.୯୦,ଏମ.ଭି୯୬ ପୋଲ ନିର୍ମାଣ ଅନୁମତି ମିଳି ସାରିଛି ସତ୍ କିନ୍ତୁ କାମର କେଵେ ଆରମ୍ଭ ହେବ ଦେଖାଯାଉ।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସୁଦ୍ଧା କାଙ୍ଗୁରୁକୋଣ୍ଡା ପୋଲ ଵୁଡି ଥିବା ବେଳେ ଅନ୍ୟ ପୋଲ ଗୁଡିକ ଵୁଡିବା ପାଖାପାଖି। ଛୋଟସାପର ବିଷ ବେଶି ଭଳି କାଙ୍ଗୁରୁକୋଣ୍ଡା ପୋଲଟି ଆଗେ ଵୁଡେ କିନ୍ତୁ ସବୁଠାରୁ ପଛରେ ବନ୍ୟାଜଳ ନିଷ୍କାସନ ହୁଏ।

Comments
Loading...