ସରପଞ୍ଚ ବହିଷ୍କାର ଦାବିରେ ପଞ୍ଚାୟତର କାର୍ଯ୍ୟଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ

ମାଲକାନଗିରି : (କୋଶଲ ନ୍ୟୁଜ୍) ସରପଞ୍ଚ କରୁଛନ୍ତି ମନମୁଖି କାର୍ଯ୍ୟ l ସରପଞ୍ଚ ବହିଷ୍କାର ଦାବିରେ ୧୪ ଗ୍ରାମର ଗ୍ରାମବାସୀ ଏବଂ ୱର୍ଡ ମେମ୍ବର ମାନେ ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକାଇଛନ୍ତି l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗିୱାଡା ପଞ୍ଚାୟତର କାର୍ଯ୍ୟଳୟରେ ନୂତନ ପଞ୍ଚାୟତ ନିର୍ମାଣକୁ ବିରୋଧ କରି ପ୍ରାୟ ୧୪ ଖଣ୍ଡ ଗ୍ରାମର ଗ୍ରାମବାସୀ ଏବଂ ୱର୍ଡ ମେମ୍ବର ମାନେ ଆସି ତାଲା ପକାଇଛନ୍ତି l ସରପଞ୍ଚ ଯମୁନା ମାଡିଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଗତ ଏକ ମାସ ତଳେ ଅନାସ୍ଥା ପ୍ରସ୍ତାବ ଦାବିକରି ଆସୁଛନ୍ତି ଭେଜାଙ୍ଗିୱାଢା ଗ୍ରାମ ବାସୀ ଓ ୱାର୍ଡ ସଭ୍ୟ ମାନେ l ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଆକାରରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇଥିଲେ କିନ୍ତୁ ଏଯାଏଁ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି l ସରପଞ୍ଚ ଯମୁନା ମାଡି ଓ ଅନ୍ୟ କିଛି ବ୍ୟକ୍ତି ପଂଚାୟତ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ କରୁଛନ୍ତି l ଯେପର୍ଯ୍ୟନ୍ତ ସରପଞ୍ଚ ଯମୁନା ମାଡିଙ୍କୁ ବହିଷ୍କାର ନ କରାଯିବ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସେହି ପୁରୁଣା ଜାଗାରେ ପୁନଃ ନିର୍ମାଣ ନ ହେବ ସେପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ l

Comments
Loading...