୪ ମାସର କୁନି ପୁଅ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଟକ ଚାଉଳିଆଗଞ୍ଜ ଡିଭାଇନ ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିବା ବିଶ୍ବରଞ୍ଜନ ପଟ୍ଟନାୟକଙ୍କ ଏହା ହେଉଛି ପ୍ରଥମ ପୁତ୍ର । ୪ ମାସର କୁନି ପୁଅ ଦୀପକ ସତରେ ଦୀପକର ଅବସ୍ଥାକୁ ଦେଖିଲେ ବହୁତ ଦୁଃଖ ଲାଗୁଛି । ମୁଣ୍ଡରେ ମୁଣ୍ଡ ଭଳିଆ ଏକ ମାଂସ ପିଣ୍ଡୁଳା ବଢ଼ି ଚାଲିଛି । ଜନ୍ମ ସମୟରୁ ମୁଣ୍ଡରେ ଏମିତି ଛୋଟିଆ ଟିଏ ହୋଇଥିଲା କିନ୍ତୁ ବୟସ ସହ ଏହାର ପରିମାଣ ବହୁ ଗୁଣାରେ ବଢିବାରେ ଲାଗିଛି । ଜନ୍ମ ସମୟରେ ବହୁତ ଖୁସି ଥିବା ଏହି ପରିବାର ବର୍ତ୍ତମାନ ଏ ମେଡିକାଲ ସେ ମେଡିକାଲ ବୁଲି ବୁଲି ନୟାନ୍ତ । ଭୁବନେଶ୍ବର ଏମ୍ସରେ ଅସ୍ତ୍ରୋପଚାର ପାଇଁ ଦିନ ଗଡୁଛି । ଅନ୍ୟପଟେ ଚିକିତ୍ସା ପାଇଁ ଅର୍ଥ ମଧ୍ୟ ବାଧକ ସାଜିଛି । ବର୍ତ୍ତମାନ ସମୟରେ ଏକ ପ୍ରକାର ଧର୍ଯ୍ୟ ହରା ହୋଇ ପଡିଛନ୍ତି ଦୀପକର ବାପା ମାଆ । ବିଶ୍ବରଞ୍ଜନ ଏକ ଶାଢ଼ୀ ଦୋକାନରେ କାମ କରି ପେଟ ପୋଷନ୍ତି ହେଲେ ଲକଡାଉନ ପରଠାରୁ ତାଙ୍କର ଚାକିରୀ ନାହିଁ । ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଏହି ପରିବାର ସରକାରୀ ଓ ବେସରକାରୀ ସ୍ଥଳରେ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

Comments
Loading...