ଭୟାନକ କାର ଦୁର୍ଘଟଣା

କଟକ (କୋଶଲ ନ୍ୟୁଜ) ଆଜି ସକାଳ ପ୍ରାୟ ୧୧ଘଟିକା ସମୟରେ od02bn5133 ନମ୍ବର କାର କଟକରୁ ରାଜକନିକା ଅଭିମୁଖେ ଯାଉଥିଲା ।କଟକ ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡା ଠାରେ ଭାରସାମ୍ୟ ହରାଇ ପୋଲିସ ବ୍ୟାରିକେଡ କୁ ଧକ୍କା ଦେଇଥିଲା ।ପୋଲିସ ବ୍ୟାରିକେଡଟି ସମ୍ପୂର୍ଣ୍ଣରୂପେ ଭାଙ୍ଗି ଚୁରମାର ହୋଇଯାଇଛି ।ବ୍ୟାରିକେଡକୁ ଧକ୍କା ଦେବା ସହିତ ଭାତପଡା ଅଞ୍ଚଳର ଦୀନବନ୍ଧୁ ଭୋଇ ଯେଏକି ସାଇକେଲରେ ଘରକୁ ଫେରିବା ସମୟରେ ତାଙ୍କୁ ମଧ୍ୟ ଧକ୍କା ଦେଇଥିଲା ।ଦୀନବନ୍ଧୁଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ରେ କଟକ ବଡମେଡିକାଲ ପଠାଇଦିଆଯାଇଛି ।ଏପଟେ ସାଲେପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାପୂର୍ବରୁ କାର ଡ୍ରାଇଭର ଚିକିତ୍ସା ବାହାନା କରି ସେଠାରୁ ଫେରାର ହୋଇଯାଇଛି ।ପୋଲିସ କାରଟିକୁ ଜବତ କରି ଥାନାକୁ ଆଣି ତଦନ୍ତ ଚଳାଇଛି ।

Comments
Loading...