ସମାଜସେବୀ ଙ୍କ ଟ୍ୱିଟ ପରେ ପ୍ରହଲ୍ଲାଦ ଙ୍କ ପାଖକୁ ପହଁଚିଲେ ମେଡିକାଲ ଟିମ

କଟକ (କୋଶଲ ନ୍ୟୁଜ୍) : ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଉମର ଗାଁ ର ବେହେରା ସାହିର ପ୍ରହଲ୍ଲାଦ ବେହେରା ଙ୍କ ପୁଅ ଝିଅ ନ ପଚାରିବାରୁ ଗାଁ ନିକଟର ବାଲିଆଚକା ବଜାର ରେ ଥିବା ଏକ ଚାଲ ଛପର ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ l ଗାଁ ଲୋକେ ଯେତେବେଳେ ଯାହା ଦେଉଥିଲେ ତାହାକୁ ଖାଉଥିଲେ ନଚେତ ଉପାସ ରେ ରହୁଥିଲେ l ଗତ ଦୁଇଦିନ ତଳେ ତାଙ୍କର ଉଚ୍ଚ ରକ୍ତଚାପ ବଢ଼ି ଯିବାରୁ ସେ ତଳେ ପଢ଼ିଯାଇଥିଲେ l ଗାଁ ଲୋକେ ଖବରପାଇ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ l ଡାକ୍ତର ପରୀକ୍ଷାକରି ତାଙ୍କୁ କଟକ ନେଇ ଉନ୍ନତ ମାନର ଚିକିତ୍ସା କରିବାପାଇଁ ପରାମର୍ଶ ଦେଇଥିଲେ l ତାଙ୍କର କେହି ନଥିବାରୁ ଗାଁ ଲୋକେ ପୁଣି ଘରକୁ ଆଣି ତାଙ୍କର ପୁଅ ଝିଅଙ୍କୁ ଖବର ଦେଇଥିଲେ ସୁଧା କେହି ଆସିନଥିଲେ l ଏହି ଖବର କୁ କୌଣସି ସୂତ୍ର ରୁ ଜାଣି ସମାଜସେବୀ ଯଶୋବନ୍ତ ରଣା ସ୍ଵାସ୍ତ୍ୟ ବିଭାଗ, ମୋ ସରକାର, ମାହାଙ୍ଗା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ l ଏହାର ପ୍ରଭାବ ରେ ଏକ ମେଡିକାଲ ଟିମ ପହଂଚି ତାଙ୍କର ସ୍ଵାସ୍ତ୍ୟବସ୍ତା ଯାଞ୍ଚ କରିଥିଲେ l ସେମିତି କିଛି ଅସୁବିଧା ନାହିଁ ଘରେ ରହି ଚିକିସୟା କରିବାପାଇଁ ପରାମର୍ଶ ଦେଇଛନ୍ତି l ଏହି ସମୟରେ ଗାଁ ର ଅଙ୍ଗନବାଡି, ଆଶା ସହ ମେଡିକାଲ ଟିମ ଉପସ୍ଥିତ ଥିଲେ l ବୃଦ୍ଧ ଙ୍କୁ ସହଯୋଗ ର ହାତ ବଢ଼ାଇଥିବାରୁ ଗ୍ରାମ ବାସି ସମାଜସେବୀ ଯଶୋବନ୍ତ ରଣା ଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି l

Comments
Loading...