ଲକଡାଉନ ସମୟରେ ବଢୁଛି ଚୋରଙ୍କ ପ୍ରାଦୁଭାବ

କଟକ (କୋଶଲ ନ୍ୟୁଜ୍) ଏବେ ଚାଲିଛି କରୋନା ମହାମାରୀ ର ଦ୍ୱିତୀୟ ଲହର ।ଏଥିରେ ଲୋକମାନଙ୍କ ର ରୋଜଗାର ପନ୍ଥା ହୋଇଯାଇଛି ଏକରକମ ବନ୍ଦ ।କିପରି ଚଳିବେ ଲୋକ ।ଏପଟେ ରାସନ ସାମଗ୍ରୀ ର ଦର ସବୁ ଆକାଶ ଛୁଆଁ ରେଟ । ଏପରି ସମୟରେ ଦେ ଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।ଗତକାଲି ରାତ୍ର ୧୧ଘଟିକା ସମୟରେ ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ବଜାରରେ ଅବସ୍ଥିତ ସାବିତ୍ରୀ ଦେବୀ କଲେଜ ପାଖରେ ଏକ ଅଚିହ୍ନା ଯୁବକଙ୍କୁ ଦେଖିବାକୁ ମିଳିଥିଲା ।ସ୍ଥାନୀୟ ଅଞ୍ଚଳର ଯୁବକ ଲକ୍ଷ୍ମଣ ଦତ ଏହି ଅଚିହ୍ନା ଯୁବକଙ୍କୁ ଦେଖି ପାଖକୁ ଯାଇ ସାହାସର ସହିତ କାବୁ କରି ନେଇଥିଲେ ଓ ଅନ୍ୟ ମାନଙ୍କୁ ଡାକ ପକାଇ ଥିଲେ ।ଦୁଇ ଚାରି ଜଣ ସେଠାରେ ପହଞ୍ଚି ଚୋରକୁ କାବୁ କରିଥିଲେ କିନ୍ତୁ ଚୋରଟି ତାଙ୍କ ପାଖରୁ କୌଶଳ କରି ଖସିଯାଇଥିଲା ।ଲକ୍ଷ୍ମଣ ଦତ ସାଲେପୁର ପୋଲିସ କୁ ଫୋନ କରି ଜଣାଇ ଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମୋବାଇଲ,ଚାବି କଟର ବରାମତ କରିଛି ।ଯଦି ପୋଲିସ ମୋବାଇଲ ଟିକୁ ଟ୍ରାକ କରନ୍ତି ତେବେ ଚୋର ସନ୍ଧାନ ନିଶ୍ଚିତ ମିଳନ୍ତା ।ଏପଟେ କରୋନା ମହାମାରୀ, ରୋଜଗାର ନିଶୁନ ସେଥିପାଇଁ ଲୋକେ ଚୋରିକୁ ପନ୍ଥା ଭାବେ ଗ୍ରହଣ କରୁଛନ୍ତି ବୋଲି ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି ।

Comments
Loading...