ବେଆଇନ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କଲ୍ଲା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଝରଣା ଫୁଏଲ୍ସ ପେଟ୍ରଲ ପମ୍ପ ସମ୍ମୁଖରେ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର ଓ ଏକ ହାଇୱା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ମଧ୍ୟରେ ଥିବା ୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ କଣ୍ଟେନର ମଧ୍ୟରେ ଥିବା ଅନ୍ୟ ଗୋରୁ ଗୁଡିକର କୌଣସି ପର୍ତ୍ତା ନଥିବା ବେଳେ ପୋଲିସ ପାଖରେ ମଧ୍ୟ ବେଆଇନ ଗୋରୁ ଚାଲାଣର ନିର୍ଦ୍ଧିଷ୍ଟ ସଂଖ୍ୟା ନ ଥିବା ଜଣା ପଡିଛି । ଦୁର୍ଘଟଣା ଘଟିବା ପରେ ଉଭୟ ଗାଡିର ଚାଳକ ଓ ସହାୟକ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ମୃତ୍ୟ ଗୋରୁଙ୍କ ବ୍ୟବଛେଦ କରାଯାଇଛି ।

ଅନିରୁଦ୍ଧ ନାୟକ

— ଜିଲ୍ଲା ସମ୍ବାଦଦାତା ( ଦେବଗଡ଼ )

Comments
Loading...