ସତ୍ୟପ୍ରକାଶଙ୍କ ସମେତ ୫ ଜଣ ସମାଗୋଳ ସବ ଜେଲ ପରିଦର୍ଶକ ନିୟୋଜିତ

ଜଗତସିଂହପୁର,(କୋଶଲ ନ୍ୟୁଜ୍) କୁଜଙ୍ଗ ବ୍ଲକ ଫୁଲବେଲାରୀ ଗ୍ରାମର ଯୁବ ସମାଜସେବୀ ଶ୍ରୀ ସତ୍ୟ ପ୍ରକାଶ ମହାନ୍ତି ଦୁଇ ବର୍ଷ ପାଇଁ ଉପ-କାରାଗାର ସମାଗୋଳର ପରିଦର୍ଶକ ଭାବେ ନିଯୁକ୍ତି ପାଇଛନ୍ତି । ଜଣେ ପରୋପକାରୀ,କର୍ତ୍ତବ୍ୟନିଷ୍ଠ,ସଚ୍ଚା ସମାଜସେବୀ ଭାବେ ଶ୍ରୀ ମହାନ୍ତିଙ୍କ ର ଯଥେଷ୍ଟ ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଓଡିଶା ଜେଲ ମାନୁଆଲ ଅଧିନିୟମ ୮୮୬(୫) ଅନୁସାରେ ତାଙ୍କୁ ଏହି କ୍ଷମତା ପ୍ରଦାନ କରିଛନ୍ତି । ସେ ତାଙ୍କର ସିମୀତ କାର୍ଯ୍ୟକାଳ ଭିତରେ ସମାଗୋଳ ଉପକାରାଗାରରେ ରହୁଥିବା କଏଦୀମାନଙ୍କର ଖାଦ୍ୟ ପେୟ,ସ୍ବାସ୍ଥ୍ୟ ଓ ସାମାଜିକ ଚଳନି କୁ ଅନୁଧ୍ୟାନ କରିବେ। ଯଦି କୌଣସି ତୃଟି ବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ଏହାର ନିରାକରଣ ଓ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ତୁରନ୍ତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି ମିଡିଆକୁ ସୂଚନା ଦେଇଛନ୍ତି । କଏଦୀ ମାନଙ୍କର ଜେଲ ରହଣି ମଧ୍ୟରେ ଆନୁସଙ୍ଗିକ ସୁବିଧାର ସୁବ୍ୟବସ୍ଥା ପ୍ରତି ଯତ୍ନଶୀଳ ହେବାକୁ ପରିଦର୍ଶନ ସମୟରେ ଜେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବି ଏକଥା ମଧ୍ୟ ସେ କହିଛନ୍ତି । ସୂଚନା ଯୋଗ୍ୟ,ସବ୍ ଜେଲ,ସମାଗୋଳ ପରିଦର୍ଶନ ପାଇଁ ନିଯୁକ୍ତ ୫ ଜଣିଆ ପରିଦର୍ଶକ ବୋର୍ଡରେ ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ,ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, କୁଜଙ୍ଗ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ପରିଡା,ମହିଳା ସମାଜସେବୀ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ଯୁବ ସମାଜସେବୀ ଶ୍ରୀ ସତ୍ୟ ପ୍ରକାଶ ମହାନ୍ତି ସ୍ଥାନ ପାଇଛନ୍ତି ।

Comments
Loading...