ଘରୋଇ କଳିକୁ କେନ୍ଦ୍ରକରି ଝିଆରୀକୁ ମାଡ

କଟକ (କୋଶଲ ନ୍ୟୁଜ୍) ବାରମ୍ବାର ବିଭିନ୍ନ ନିଉଜ ଚାନେଲ ଓ ଖବର କାଗଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଆମେ ପଢୁଛେ, ଶୁଣୁଛେ ଓ ଦେଖୁଛେ ।ସ୍ୱର ଉତ୍ତୋଳନ ମଧ୍ୟ ହେଉଛି କିନ୍ତୁ ପ୍ରଶାଶନ ଓ ସରକାର ବସିଛନ୍ତି ଚୂପଚାପ ଓ ସାଜିଛି କେବଳ ନୀରବଦ୍ରଷ୍ଟା ।ସରକାର କେବଳ ପିଟୁଛନ୍ତି ମିଛ ଡିଣ୍ଡିମ ନାଗରା କି ଗାଁକୁ କାମ ନାରୀକୁ ସମ୍ମାନ ।ଏହା ଏବେ ପାଲଟିଛି ଏକ ପ୍ରହେଳିକା ।ହଁ ଆଜ୍ଞା ଏଭଳି ଏକ ଘଟଣା ଘଟିଛି ସାଲେପୁର ବ୍ଲକ ଅନ୍ତର୍ଗତ କୁସମ୍ବୀ ଗ୍ରାମରେ ।ପ୍ରେମାନନ୍ଦ ରାଉତ୍ତରାୟଙ୍କ ଝିଅ ମେହେକ ପ୍ରିୟଦର୍ଶିନୀ ନିଜ ଜେଜେବାପାଙ୍କୁ ଦେଖାକରିବାକୁ ଯାଇଥିଲେ ।ତାଙ୍କ ନିଜ ସମ୍ପର୍କୀୟ ବଡବାପା ଗୌରହରି ରାଉତରାୟ ଓ ପୁଅ ଭାସ୍କର ରାଉତରାୟ ତାଙ୍କୁ ମାଡମାରିବା ସହିତ ଘରେ ପୁରାଇ ଅଟକ ରଖିଥିଲେ ।ବାପା ,ମା,ଝିଅକୁ ଉଦ୍ଧାର କରିବା କୁ ଯିବାବେଳେ ତାଙ୍କୁ ମଧ୍ୟ ମାଡମାରିବା ସହିତ ଘରେ ପୁରାଇ ଅଟକ ରଖିଥିଲେ ।କୌଣସି ସୂତ୍ରରୁ ସାଲେପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ସାଲେପୁର ମେଡିକାଲକୁ ପଠେଇଥିଲେ ।

ଏପଟେ ସ୍ୱର୍ଣ ପ୍ରଭା ରାଉତରାୟ ଥାନାରେ ଏତଲା ଦେଇଛନ୍ତି ।ଏଲତାକୁ ଆଧାର କରି ସାଲେପୁର ପୋଲିସ ଦୁଇପରିବାରକୁ ଡାକି ଥାନାରେ ବସାଇ ଘଟଣା ର ତଦନ୍ତ ଚଳାଇଛି ।ଏଠି ପ୍ରଶ୍ନ ଉଠୁଛି ସତରେ ଏ ସମାଜ ମଧ୍ୟ ନାରୀ ସବୁବେଳେ ଅବଳା ଦୁର୍ବଳା ତାର କଣ ସ୍ୱାଧୀନତା ବୋଲି କିଛିନାହିଁ ।ସେ କଣ ନିଷ୍ପେସିତା ।ଏହାକଣ ନାରୀ ପ୍ରତି ଅନ୍ୟାୟ ନୁହେଁ ।ସରକାର ଏସବୁ ବିଷୟରେ ଜାଣି ମଧ୍ୟ ଚୁପ ଓ ନିରବଦ୍ରଷ୍ଟା ।ସରକାର ଙ୍କୁ ଅନୁରୋଧ କି ଏବିଷୟରେ ତୁରନ୍ତ କିଛି ପଦକ୍ଷେପ ନେଇ ନାରୀ ସମାଜକୁ ନ୍ୟାୟ ପ୍ରଦାନ କରନ୍ତୁ ।

Comments
Loading...