ନୂଆବର୍ଷରେ ମହଙ୍ଗା ମାଡ: ଟିଭି ଦେଖିବାକୁ ଦେବାକୁ ପଡିପାରେ ଅଧିକ ମୂଲ୍ୟ

ନୂଆଦିଲ୍ଲୀ: ନୂଆବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ଆପଣଙ୍କ ମନପସନ୍ଦର ଧାରାବାହିକ ସହ ରିୟାଲିଟି ସୋ ଦେଖିବାକୁ ଟିଭି ଅପରେଟର ସହ ଅଧିକ ଟଙ୍କା ରିଚାର୍ଜ କରିବାକୁ ପଡିବ | କାରଣ ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି।

ଏହି ଘୋଷଣା ପରେ, ବର୍ତ୍ତମାନ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଅଧିକ ଦେୟ ଦେବାକୁ ପଡିବ | ଭାୟାକମ୍ ୧୮ ଏବଂ ନେଟୱାର୍କ ୧୮ ଏହାର ଚ୍ୟାନେଲଗୁଡିକର ମୂଲ୍ୟରେ ୨୦ରୁ ୨୫ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି | ଯେତେବେଳେ କି ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ମୂଲ୍ୟ ୯ରୁ ୧୦ପ୍ରତିଶତକୁ ବୃଦ୍ଧି ହେବ । ସୋନି ଚ୍ୟାନେଲ ମଧ୍ୟ ଚ୍ୟାନେଲ ମୂଲ୍ୟ ୯ରୁ ୧୦ପ୍ରତିଶତ ବୃଦ୍ଧି କରିଛି। ଯେତେବେଳେ କି ଡିଜ୍ନି ଷ୍ଟାର ବୃଦ୍ଧି ବିଷୟରେ ସୂଚନା ଦେଇନାହାଁନ୍ତି | ପ୍ରସାରଣକାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ବର୍ଦ୍ଧିତ ହାର ଫେବ୍ରୁଆରି ୧, ୨୦୨୪ରୁ କାର୍ଯ୍ୟକାରୀ ହେବ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ, ପ୍ରସାରଣକାରୀମାନେ ଘୋଷଣା କରିବାର ୩୦ଦିନ ପରେ ହିଁ ନୂତନ ମୂଲ୍ୟ ଲାଗୁ କରିପାରିବେ |

Comments
Loading...