ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗୁଆ ଚାଉଳ ସଂଗ୍ରହ ଅଭିଯାନ

ତୁମୁଡିବନ୍ଧ(କୋଶଲ ନ୍ୟୁଜ) ଶ୍ରୀକ୍ଷେତ୍ର ପୂରୀ ସ୍ଥିତ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ତୁମୁଡିବନ୍ଧ ବ୍ଲକ ପ୍ରଶାସନ ଦ୍ୱାରା ଏକ ରଥ ବାହାରି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଗୁଆ ଏବଂ ଅରୁଆ ଚାଉଳ ଅନୁକୂଳ କରି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି l ଏହି ଅବସରରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଖଣ କୁମାର ସୋରେନ, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ସମିତି ସଭ୍ୟା ସୁଭଦ୍ରା ବେହେରଦଳାଇ, ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପୋଡ୍ରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋବିନ୍ଦ ବଲ୍ଳବ ଦାସ ଏବଂ ବ୍ଲକର ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l ଶତାଧିକ ମହିଳା ଏବଂ ପ୍ରଶାସନିକ ଅଧିକାରୀ ରଥ ସହିତ ପଦଯାତ୍ରାରେ ଯାଇ ଘରକୁ ଘର ବୁଲି ଜଗନ୍ନାଥ ପ୍ରେମୀ ଓ ଭକ୍ତ ମାନଙ୍କ ଠାରୁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରିଥିଲେ l ଆଗାମୀ ଦିନ ଗୁଡ଼ାକରେ ବ୍ଲକର ଅନ୍ୟ ପଞ୍ଚାୟତ ଏବଂ ଗ୍ରାମକୁ ଯାଇ ଏହି ଗୁଆ ଏବଂ ଚାଉଳ ସଂଗ୍ରହ ଅଭିଯାନ ଜାରି ରହିବ ବୋଲି ବିଡିଓ ଲଖଣ ସୋରେନ କହିଛନ୍ତି l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...