ପାଣ୍ଡ୍ୟା ଙ୍କ ବିସ୍ପୋରକ ଇନିଂସ ସହାୟତା ରେ ଭାରତ ହାତେଇଲା ଦ୍ଵିତୀୟ ଟି୨୦ ଓ ସିରିଜ୍

କୋଶଲ ନ୍ୟୁଜ୍ ବ୍ୟୁରୋ:- (ଇଣ୍ଡିଆ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି୨୦) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୬ ଟି ୱିକେଟ୍ ରେ ହରାଇ ମ୍ୟାଚ୍ ଏବଂ ଟି୨୦ ସିରିଜ୍ ଜିତିଛି।

That’s as clutch as they come from Hardik Pandya! 💥💥💥

Final scorecard: https://t.co/KEpZrVTqWs#AUSvIND pic.twitter.com/hbf5u37gqP

— cricket.com.au (@cricketcomau) December 6, 2020

ଭାରତ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ମାଥ୍ୟୁ ୱେଡ (୫୮) ଏବଂ ଷ୍ଟିଭ ସ୍ମିଥ (୪୬) ଙ୍କ ଇନିଂସରେ ୧୯୪ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ଦ୍ରୁତ ବୋଲର ଟି ନଟରାଜନ୍ ୨୦ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।

ଭାରତ ଚାରିଟି ୱିକେଟ୍ ହରାଇ ୧୯୫ ରନ୍ ଲକ୍ଷ୍ୟ ହାସଲ କରିଥିଲା। ଦଳ ପାଇଁ ଶିଖର ଧାୱନ ୫୨, ଅଧିନାୟକ ବିରାଟ କୋହଲି ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୪୨ ରନ କରି ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ। ଚାରି ବୋଲର ଅଷ୍ଟ୍ରେଲିଆ ପାଇଁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Comments
Loading...