ନିର୍ବାଚନ ଆଚରଣ ବିଧିର ଉଲଂଘନ ବିଜେଡି ପ୍ରଚାରରେ ମିଶନ ଶକ୍ତିର ଏମବିକେ ଓ ସିଆରପି

ନବରଙ୍ଗପୁର(କୋଶଲ ନ୍ୟୁଜ୍):-ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର ବ୍ଲକରେ ପ୍ରମୁଖ ତିନି ଦଳର ଜୋରଦାର ନିର୍ବାଚନ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଥିବା ବେଳେ ବିଜେଡ଼ିର ନିର୍ବାଚନୀ ପ୍ରଚାରରେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଉଲଙ୍ଘନ କରାଯାଉଛି। ଛେଳିଡଙ୍ଗରି ପଞ୍ଚାୟତର ମିଶନଶକ୍ତି ଏମବିକେ ରତ୍ନାବତୀ ଗଣ୍ଡ, ଦେବାଗାଁ ପଞ୍ଚାୟତର ଏମବିକେ କବିତା ସୁନାନୀ ଓ ଭାର୍ସୁଣ୍ଡି ର ସିଆରପି ଉମରକୋଟ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପାର୍ଥିନୀ ନବୀନା ନାୟକଙ୍କ ନିମନ୍ତେ ଭୋଟ ପ୍ରଚାର କରୁଛନ୍ତି ବୋଲି ସୋସିଆଲ ମିଡ଼ିଆରେ ତାଙ୍କ ଫୋଟୋ ଘୁରି ଭୂଲୁଥିବା ଦେଖିବାକୁ ମିଳିଛି। ତତ୍ ସହିତ ସେମାନେ ସରକାରୀ ପଦବୀରେ ରହି ନିଜ ୟୁନିଫର୍ମରେ ରହି ଦଳୀୟ ପ୍ରଚାର କରିବା କେତେ ଦୂର ଠିକ୍? ଯାହାକି ସରକାରଙ୍କ ନିୟମ ଅନୁଯାୟୀ ଆଦର୍ଶ ଆଚରଣ ବିଧି କୁ ଖୋଲା ଖୋଲି ଭାବରେ ଉଲଂଘନ କରୁଛନ୍ତି | ତେବେ ଏଥି ପ୍ରତି ନିର୍ବାଚନ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...