ବାବାସାହେବ ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସ ପାଳିତ

କୋଶଲ ନ୍ୟୁଜ୍ ବ୍ୟୁରୋ :- ଆଜି କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ତରଫରୁ ଭାରତ ରତ୍ନ ଡଃ ବାବାସାହେବ ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସ ଅବସରରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ହିଲ ଟାଉଟର ଏସ ଏନ କନଫର୍ରରେନ୍ସ ହଲ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଜନନାୟକ ଡଃ ଆମ୍ବେଦକର ଓ ବିଜୁ ବାବୁଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପରେ ସ୍ମୁତିଚାରଣ କରିଥିଲେ । 

ଆଲୋଚନା ଚକ୍ର ର ଆଲୋଚ୍ୟ ବିଷୟ ‘ସମ୍ବିଧାନ ପୂର୍ବ ଓ ପରବର୍ତ୍ତୀ ଭାରତ’ ଉପରେ ମନ୍ତ୍ରୀ ନିଜର ମତପୋଷଣ କରିବା ସହ ଆମ୍ବେଦକର ଦର୍ଶନରୁ ଯୁବ ପିଢି ଅନୁପ୍ରାଣିତ ହେବାପାଇଁ ଆହ୍ବାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ର  ରେଜିଷ୍ଟ୍ରାର ପ୍ରଫେସର ପଦ୍ମ ଲୋଚନ ଭୋଇ, ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ଜେନା, ଔପନ୍ୟାସିକ ତଥା ଓଡିଆ ବିଭାଗ ଅଧ୍ୟାପକ ଅଖିଳ ନାଏକ, ଥୁଆମୁଲ ରାମପୁର ମାଣିକେଶ୍ବରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛେନା, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡଃ ଅଜୟ ମିଶ୍ର, ନବରଙ୍ଗପୁର ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ପଞ୍ଚାନନ ଦୁରିଆ, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ର, ଭବାନୀପାଟଣା ପୂର୍ବତନ ନଗରପାଳ ତଥା ଆବାହକ ଆଦିତ୍ୟ ନନ୍ଦ, ଛାତ୍ରୀ ଅଭିଲିପ୍ସା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗନେଇ ଥିଲେ ।   

କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ଆମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ମହୁରୀ ସମ୍ପାଦକ ଭବାନୀ ଶଙ୍କର ନିଆଲ, ନାଗରିକ କମିଟି ସଭାପତି ଧର୍ମେନ୍ଦ୍ର ନାଏକ ନିଜର ବକ୍ତବ୍ୟ ରଖିଥିଲେ । 

ଶେଷରେ ସମାଜସେବୀ ପ୍ରଦୀପ ମୁଣ୍ଡ  ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ର ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାନ୍ତି, ପୂର୍ବତନ ଉପ ନଗର ପାଳ  ସବିତା ପ୍ରଧାନ ଓ ଚିତ୍ତରଞ୍ଜନ ମଣ୍ଡଳ, ଟିକେଲାଲ ସାହୁ, ଯୁବନେତା ମଣ୍ଟୁ ନାଏକ,  ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ହେମନ୍ତ ନାଏକ, ରବି ପଟ୍ଟନାୟକ, ବୈଶାଖୀ ନନ୍ଦ, ଅଜିତ କୁମାର ସାହୁ, ଗୋବିନ୍ଦ ତାଣ୍ଡି ପ୍ରମୁଖ ଯୋଗଦେଇ ଥିଲେ ।

ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍ । #Bhim #Ambedkar https://bit.ly/3qA1XVx

Posted by Koshal News on Sunday, 6 December 2020

Comments
Loading...