ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ସିନେମା ନିର୍ମାତାଙ୍କୁ ବଲିଉଡ ସିନେମା ନକଲ କରିବା ବଦଳରେ ନୂଆ ସିନେମା ନିର୍ମାଣ ଓ ବାସ୍ତବ ଘଟଣାକୁ କେନ୍ଦ୍ର କରି କାହାଣୀ ତିଆରି କରିବା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ରବିବାର ଇସଲାମାବାଦରେ ଆୟୋଜିତ ଏକ ସର୍ଟ ଫିଲ୍ମ ଫେଷ୍ଟିଭାଲର କାର୍ଯ୍ୟକ୍ରମରେ କହିଛନ୍ତି, ପ୍ରାରମ୍ଭରେ ଭୁଲ କରାଯାଇଥିଲା। କାରଣ ପାକିସ୍ତାନୀ ସିନେମା ନିର୍ମାତା ବଲିଉଡରୁ ପ୍ରଭାବିତ ଥିଲେ। ଯାହାକୁ ଆଧାର କରି ଏକ ସଂସ୍କୃତିର ନକଲି କରି ତାହାକୁ ଆପଣା ଯାଇଥିଲା।
ଇମ୍ରାନ ଖାନ କହିଛନ୍ତି, ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା କି ଯୁବ ସିନେମା ନିର୍ମାତାଙ୍କୁ କହିବାକୁ ଚାହୁଁଛି ମୋ ମତରେ ଦୁନିଆରେ କେବଳ ଅରିଜିନାଲିଟି ହିଁ ବିକ୍ରି ହୋଇଥାଏ। କପି କରାଯାଇଥିବା ଜିନିଷର କୌଣସି ମୂଲ୍ୟ ନାହିଁ। ମୋ ଜୀବନର ଅନୁଭବ କହୁଛି। ଯିଏ ହାରକୁ ଭୟ କରିଥାଏ ସେ କେବେ ବି ବିଜୟ ହୋଇ ନଥାଏ। ଏଥିସହିତ ସିନେମାନିର୍ମାତାମାନେ ସିନେମା ତିଆରି କରିବା ସମୟରେ ନିଜର ଚିନ୍ତାଧାରକୁ ବଦଳାନ୍ତୁ।
ବଲିଉଡ ସିନେମାକୁ କପି କରିବା ବନ୍ଦ କରନ୍ତୁ ବୋଲି ନିର୍ମାତାମାନଙ୍କୁ କହିଲେ ପାକ୍ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Prev Post
Comments