ହ୍ରିତିକ ଏହି ଫଟୋରେ ୨୧ ବର୍ଷୀୟ ଯୁବକ ପରି ଦିଶୁଛନ୍ତି ବୋଲି କହିଲେ ପୂର୍ବତନ ପତ୍ନୀ ସୁଜାନେ

ମୁମ୍ବାଇ: ନିଜର ଫ୍ୟାନ୍‌ ଓ ଫଲୋର୍ସମାନଙ୍କୁ ଖୁସି କରିବା ପାଇଁ ସୋସିଆଲ୍‌ ମିଡିଆରେ ରୀତିମତ ଫଟୋ ସେୟାର କରି ଚାଲିଥାନ୍ତି ବଲିଉଡ୍‌ କଳାକାର ହ୍ରିତିକ ରୋଶନ।

ନିକଟରେ ହ୍ରିତିକ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜର ଏକ ନୂଆ ଫଟୋ ଦେଇଛନ୍ତି। ଯେଉଁ ଫଟୋରେ କି ସେ ସାର୍ଟ ପିନ୍ଧିନଥିବାର ନଜର ଆସିଛନ୍ତି। ଫଟୋଟିକୁ ଦେଖି ତାଙ୍କର ଅନେକ ପ୍ରଶଂସକ ଭୂରି ଭୂରି ପ୍ରଶଂସା କରିଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜାନେ ଖାନ୍‌ଙ୍କ ପ୍ରତିକ୍ରିୟା।

ତାଙ୍କ କହିବା କଥା ହେଲା ହ୍ରିତିକ ଏଇ ଫଟୋରେ ୨୧ ବର୍ଷର ଯୁବକ ପରି ଦିଶୁଛନ୍ତି।ତାଙ୍କ ଫଟୋରେ ପ୍ରଥମ କମେଣ୍ଟ୍‌ ସୁଜାନେଙ୍କର ରହିଥିବା ‌ବେଳେ ଆହୁରି ଅନେକ ପ୍ରଶଂସକ ମଧ୍ୟ ନିଜ ନିଜର ମତ ରଖିଛନ୍ତି। ଅଭିନେତା ଅନୀଲ କପୁର ମଧ୍ୟ ହ୍ରିତିକଙ୍କ ଏହି ଫଟୋରେ କମେଣ୍ଟ୍‌ ଦେବା ସହ ଲାଇକ୍‌ ମଧ୍ୟ ଦେଇଛନ୍ତି।

Comments
Loading...