ରାମକୃଷ୍ଣ ନିଆଲ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଲମପୁର:(କୋଶଲ ନ୍ୟୁଜ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ଗ୍ରାମର ସ୍ବର୍ଗତ ରାମକୃଷ୍ଣ ନିଆଳଙ୍କ ଶୃତିରେ ଆଜି କରଚଲା ଖେଲ ପଡ଼ିଆରେ ନକ୍ ଆଉଟ୍ କ୍ରିକେଟ ପ୍ରତଯୋଗିତା ଉଦ୍ଘାଟନ ହୋଇଯାଇଛି। ସ୍ବର୍ଗତ ରାମକୃଷ୍ଣ ଜଣେ ଲୋକପ୍ରିୟ, ମିଷ୍ଟଭାଷୀ ଓ ମେଲାପି ମଣିଷ ଟିଏ ଥିଲେ ତାସହ ସେ ଜଣେ କ୍ରିକେଟ ଖେଳାଳି ଥିଲେ ତାଙ୍କ ସୃତିରେ କରଚଲା ଗ୍ରାମର ଯୁବପିଢି ଓ କ୍ରିକେଟ ପ୍ରେମୀ ମାନଙ୍କ ସହଯୋଗରେ ଅଞ୍ଚଳର ୧୬ ଟି କ୍ରିକେଟ ଦଳ କୁ ନେଇ ଏହି କ୍ରିକେଟ ପ୍ରତିଯୋଗୀତା ଆରମ୍ଭ ହୋଇଛି। ଉକ୍ତ ଉଦ୍ ଘାଟିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅନଙ୍ଗ ସେନ୍ ବାଗ ଓ ସ୍ବର୍ଗତ ରାମକୃଷ୍ଣ ନିଆଲ ଙ୍କ ଧର୍ମପତ୍ନୀ ଚମ୍ପକଲତା ନିଆଲ ଯୋଗଦେଇ ସ୍ବର୍ଗତ ରାମକୃଷ୍ଣ ନିଆଲ ଙ୍କ ଫଟୋଚିତ୍ର ରେ ମାଲ୍ୟପର୍ଣ୍ଣ କରିବା ସହ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସଂଗ୍ରାମ ଟିଭି ର ମୁଖ୍ୟ ସମ୍ପାଦକ ରଞ୍ଜନ କୁମାର ସାହୁ, ପରିଚାଳକ ଶରତ ଚନ୍ଦ୍ର ସୁନାନୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାର ପ୍ରଥମ ଖେଳ ଡୁମେରବାହାଳ ଓ ଅନ୍ତର୍ଲା ମଧ୍ୟରେ ମେଚ ଆରମ୍ଭ ହୋଇଥିଲା। ଏଥିରେ ଡୁମେରବାହାଳ ବିଜୟ ଲାଭ କରିଥିଲା। ଏହି ଖେଳରେ ଡୁମେରବାହାଳ ର ଶିବ ମେନ୍ ଅଫ ଦି ମ୍ୟାଚ ଭାବେ ମନୋନୀତ ହୋଇ ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଅର୍ଜୁନ ଶଗଡ଼ିଆ ଓ ଦିନେଶ ଲହଜଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଦୁର୍ଯୋଧନ ଦୁର୍ଗା ଓ ନରହରି ନିଆଲ ଆମ୍ପିୟାର ରହି ଖେଲ ପରିଚାଳନା କରିଥିଲେ,ତାସହ ତନ୍ମୟ ନିଆଲ ସ୍କୋରବୋର୍ଡ ଦାୟିତ୍ଵ ବହନ କରିଥିଲେ। ସେହିପରି କରଚଲା କ୍ରିକେଟ ଅନୁଷ୍ଠାନ ର ଶିବଶଙ୍କର ନୀଆଲ,ଦୟାନିଧି ଶବର,ଅବିନାଶ ଶଗଡ଼ିଆ,ଦକ୍ଷ ନାଗ,ନିର୍ମାଲ୍ୟ ନୀଆଲ୍,ତୁଳସୀ ନିଆଲ,ମୁରଲୀ ଧର ସୁନାନୀ ଙ୍କ ସମେତ ଅନୁଷ୍ଠାନ ର ଅନ୍ୟ ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।
କଳମପୁର ଭୋଜରାଜ ଛତ୍ରିଆ ଙ୍କ ରିପୋର୍ଟ l

Comments
Loading...