ଗୁରୁକୁଳ ଶିଶୁମନ୍ଦିରର ଉନବିଂଶ ବାର୍ଷିକ ଉତ୍ସବ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଚଳିତ ବର୍ଷ ତୁମୁଡିବନ୍ଧ ସ୍ଥିତ ଗୁରୁକୁଳ ଶିଶୁମନ୍ଦିର ଶିକ୍ଷାନୁଷ୍ଠାନର ଉନବିଂଶ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଏକ ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ପଞ୍ଚାୟତ ସରପଞ୍ଚ ପ୍ରିୟଙ୍କା ପୋଡ୍ରା, ମୁଖ୍ୟବକ୍ତା ଭାବେ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତିଆ, ସମ୍ମାନିତ ଅତିଥିଭାବେ ଗୁରୁକୁଳ ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ଅମୀୟ କୁମାର ବେହେରା, ରାଜକିଶୋର ବାରିକ, ନେତ୍ର ମାନସେଠ୍, ସତ୍ୟ ରଞ୍ଜନ ପାଣିଗ୍ରାହୀ ଓ ଉପଦେଷ୍ଟା ଲକ୍ଷ୍ମୀଧର ସାହୁ ଏବଂ ପ୍ରଧାନ ଆଚାର୍ଯ୍ୟ ହରେଷ ମଣ୍ଡଳ ପ୍ରମୁଖ ମଞ୍ଚାସିନ ଥିଲେ l ମଞ୍ଚ ସମ୍ମୁଖରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ,ମାନ୍ୟଗଣ୍ୟ ବ୍ୟକ୍ତି, ଜନସାଧାରଣ ଓ ଶତାଧିକ କୁନିକୁନି ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଅତିଥି ମାନଙ୍କ ବକ୍ତବ୍ୟ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପରିଶେଷରେ ଏକ ନିଆରା ଢଙ୍ଗରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ ପୂର୍ବକ ମାନପତ୍ର ଓ ସିଲ ଟ୍ରଫି ଅତିଥିଗଣ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକ ଗଣ ପ୍ରଦାନ କରିଥିଲେ l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...