ଗଞ୍ଜେଇ ମାଫିଆ ଙ୍କ ପାଟଣାଗଡ଼ ଡାକ୍ତରଖାନା ରେ ମୃତ୍ୟୁ

ପାଟଣାଗଡ଼ ୨୨/୦୩ (କୋଶଲ ନିୟୁଜ) : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନ ନୁଁନହାଡ଼ ସିହିନି ରାସ୍ତା କୁମ୍ଭାରପଡା ଶେଷ ମୁଣ୍ଡରେ ଆଜି ସକାଳେ ଗଂଜେଇ ଚାଲଣ କରୁ ଥିବା ୩ଜଣ ବ୍ୟକ୍ତିଙ୍କୁ ପୁଲିସ ପିଛା କରିବା ବେଳେ ସେମାନେ ଦୈଡ଼ିଥିଲେ । ଦୁଇଜଣ ଅଭିଯୁକ୍ତ ପୁଲିସ କୁ ଚକମା ଦେଇ ଫେରାର ହୋଇଯାଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ଅଚେତ ଅବସ୍ଥାରେ ବିଲରୁ ଉଦ୍ଧାର ହୋଇଥିଲେ । ଚିକତ୍ସା ଧିନଅବସ୍ଥାରେ ସଂପୃକ୍ତ ଅଭିଯୁକ୍ତ ମୃତ୍ୟୁ ଘଟିଥିବା ଜଣା ପଡିଛି । ସୂଚନା ମତେ ଆଜି ସକାଳ ୮ଟାରେ ୩ଜଣ ଯୁବକ ଏକ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା । ପୁଲିସ ଖବର ପାଇଥିଲା ସେମାନ ଙ୍କୁ ଧରିବା ପାଇଁ ପୁଲିସ ବେଲପଡା ରୁ ପିଛା କରିଥିଲା । ଗଞ୍ଜେଇ ଚାଲାଣକାରି ମାନେ ନୁନହାଡ ବସଷ୍ଟଣ୍ଡକୁ ପହଞ୍ଚିବା ପରେ ସିହିନି ରାସ୍ତା ଦେଇ ଫେରାର ଉଦ୍ୟମ କରିଥିଲେ । ପୁଲିସ ପିଛା କରୁଥିବା ରୁ ଅଭଯୁକ୍ତ ମାନେ ଭୟଭିତ ହୋଇ ଦୃଘଟଣାଗସ୍ତ ହୋଇ ଥିଲେ ଯାହା ଫଳ ରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments
Loading...