ମାସ ବ୍ୟାପୀ ମହାଭାରତ ମହାଯଜ୍ଞ ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ

କଲମପୁର -୨୩/୩(କୋଶଲ ନ୍ୟୁଜ) କଲମପୁର ବ୍ଲକ ଅଧିନସ୍ତ ଦେପୁର ପଞ୍ଚାୟତ ଅନ୍ତର୍ଗତ ବାଲିଛଡା ଗ୍ରାମ ଆମ୍ରବଣରେ ମାସ ବ୍ୟାପୀ ମହାଭାରତ ମହାଯଜ୍ଞ ନିମନ୍ତେ ଗତକାଲି ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ନୀରାକାର ପଣ୍ଡାଙ୍କ ନେତୃତ୍ଵରେ ଆୟୋଜିତ ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଗୋପାଳ ଠାକୁର ଓ ଭାସ୍କର ଠାକୁର ପୂଜକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ରଜନୀ କାନ୍ତ ପଣ୍ଡା ବ୍ୟାସ ଭାବେ ଯୋଗ ଦେଇଥିଲେ,ବିଜୟ ପଣ୍ଡା, ଦେବେନ୍ଦ୍ର ପଣ୍ଡା,ଶଦାନନ୍ଦ ଭୋଇ, ବାଳ ଗୋପାଳ ତେଣ୍ଡକାରି ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାଭାରତ ମହାଯଜ୍ଞ ପୂଜା କମିଟିର ଶେଷଦେବ ପାତ୍ର, ସହଦେବ ବେମାଲ,ଭୂଜବଳ କରୁଆଁ, ପ୍ରଶାନ୍ତ ପଣ୍ଡା,ଭୂକୁଲୁ ବାଗ,ଗଜିନ୍ଦ୍ର ବିହାର,କମଳ ବାଗ, ଲକ୍ଷ୍ମୀ ଲହଜଲ,ସନ୍ଥ ସାହୁ,ଭୋଦେବ ପୁଝାରୀ,ଧନସାଏ ମାଝି,କେଶରି କରୁଆଁ,ପ୍ରମଲାଲ ବଛା ପ୍ରମୁଖ ଉପସ୍ଥିତ ଥିଲେ, ଏହି ମହାଯଜ୍ଞ ଆସନ୍ତା ଏପ୍ରିଲ ମାସ ୨୩ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ,ଏହି ଅବସରରେ ଗୀତା ଯଜ୍ଞ, ମହାଭାରତ ପୂରାଣ ପାରାୟଣ,ପ୍ରବଚନ, ଶ୍ରୀଜଗନ୍ନାଥ ସଂସ୍କୃତି ,ଶ୍ରୀରାମ ଚରିତ ମାନସ , ଶ୍ରୀମଦ୍ ଭଗବତ ଗୀତା , ଅନ୍ନ ଯଜ୍ଞ, ବିଷ୍ଣୁ ସହସ୍ରନାମ ଗାନ, ପାଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେବ , ସୂଚନା ଯେ ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଏଭଳି ମହାଭାରତ ମହାଯଜ୍ଞ ଆୟୋଜିତ ହୋଇଥିଲା,
କଳମପୁର ରୁ ଭୋଜରାଜ ଛତ୍ରିଆ ଙ୍କ ରିପୋର୍ଟ l

Comments
Loading...