ହୋଲି ପାଇଁ ଚଳଚଞ୍ଚଳ ଡାବୁଗାଁ ଅଞ୍ଚଳ

ନବରଙ୍ଗପୁର :-ଆସନ୍ତା ସୋମବାର ଦୋଳପୂର୍ଣ୍ଣିମା, ମଙ୍ଗଳବାର ହୋଲି । ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ବୁଗୁଡ଼ା ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି । ହୋଲି ପାଳନ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ରଙ୍ଗ ଦୋକାନଗୁଡ଼ିକରେ ବିଭିନ୍ନ କିସମର ରଙ୍ଗ, ଟୋପି, ଚଷମା, ପିଚକାରୀ ପ୍ରଭୃତି ଜିନିଷ ମିଳୁଥୁବାର ଦେଖାଯାଇଛି । ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ପ୍ରାୟ ସବୁ ହୋଲି ସାମଗ୍ରୀ ଦର ଆଶାତୀତ ଭାବେ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ରଙ୍ଗର ପର୍ବ ହୋଲି ପାଇଁ ବ୍ୟବସାୟ ଜୋର୍ ଧରି ନ ଥିଲେ ମଧ୍ୟ ଆଗାମୀ ଦିନରେ ନିଶ୍ଚିତ ଭାବେ ଭଲ ବ୍ୟବସାୟ ହେବା ନେଇ ବ୍ୟବସାୟୀମାନେ ଆଶା ରଖୁଛନ୍ତି । ୧୯ ତାରିଖ ଫଗୁଦଶମୀ ତିଥି ଠାରୁ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଦୋଳ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ଡାବୁଗାଁ ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଓ ହୋଲିର ମାହୋଲ ଜମିବାରେ ଲାଗିଛି ।

Comments
Loading...