ଜାତୀୟ ଶିଶୁ କନ୍ୟା ଦିବସ ପାଳିତ, ୪୦ ମ୍ୟାଟ୍ରିକ ଟପର ଛାତ୍ରୀ ପୁରସ୍କୃତ

ବାଲ୍ୟ ବିବାହ ମୁକ୍ତ ଦେବଗଡ ପାଇଁ ସମୂହ ସଂକଳ୍ପ

ଦେବଗଡ଼ (କୋଶଲ ନ୍ୟୁଜ୍):- ପ୍ରତ୍ଯେକ ବର୍ଷ ଭଳି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ , ଶିକ୍ଷା ବିଭାଗ ଓ ସମାଜ ମଙ୍ଗଳ ବିଭାଗର ମୂଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ସ୍ଥାନୀୟ ସେଣ୍ଟର ଫୋର କଲଚରରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବିକ। ବିଲୁଙ୍ଗ ଯୋଗ ଦେଇ ଜୀବନରେ ସଫଳତା ପାଇବାକୁ ହେଲେ ଶିଶୁ କନ୍ୟାମାନଙ୍କୁ ନିର୍ଭୀକ , ଶୃଙ୍ଖଳ ଓ ପରିଶ୍ରମୀ ହେବ। ପାଇଁ ଆହ୍ଵାନ ହେଇଥିଲେ ।

ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷ ଶାନ୍ତିମଞ୍ଜରୀ ଦେଇ , ଶିଶୁ ମଙ୍ଗଳ କମିଟି ଅଧକ୍ଷ୍ୟା ପିଙ୍କିରାନୀ ନନ୍ଦ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ , ଜିଲ୍ଲା ଶିକ୍ଷା ଅଧିକାରୀ ସଚିଦାନନ୍ଦ ବେହେରା , ଯୁବେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ। ଗାୟତ୍ରୀ ଦିବେଦୀ , ସମାଜସେବି ଅନୁପମା ରାଉତ ପ୍ରମିଖା ମଞ୍ଚାସୀନ ହୋଇ ଶିଶୁ କନ୍ୟାମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଛାତ୍ରୀ ଯଥା ଓପିଏସସି ପରୀକ୍ଷାରେ ଉତିର୍ଣ ହୋଇଥିବା ମଧୁସ୍ମିତା ସାମଲ , କ୍ରିଡା କ୍ଷେତ୍ରରେ ସଫଳତା ପାଇଁ ପ୍ରିୟା ମାଝି , ଅଂଶୀଳ। ଏକ୍କ , ନିଶା ବାରିକ , ସାହସିକତା ପ୍ରଦର୍ଶନ ପାଇଁ ପିହୁ ଅଗ୍ରବାଲଙ୍କୁ ପୁରସ୍କୃତ କରଯାଇଥିଲା । ତିନୋଟି ବ୍ଲକ ଓ ଜିଲ୍ଲା ସଦର ମହକୁମାରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାର୪୦ ଜଣ ବାଳିକା ଟପରଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପୁରଷ୍କାର ରାଶି ପ୍ରଦାନ କରଯାଇଥିଲା । ଏହି ଅବସରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବୀ ଓ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଗଠନ ପାଇଁ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷ ଯଥା ଦେବଗଡ ଆଦର୍ଶା ଥାନା ଅଧିକାରୀ ସରୋଜ ସେଠୀ ,ପୌରପରିଷଦ ଅଧକ୍ଷ୍ୟା ଶାନ୍ତି ମଞ୍ଜରୟ ଦେଇ , ଉପ।ଧକ୍ଷ ପ୍ରଜିତ ଭୋଜ , ଜିତା ଅନୁଷ୍ଠାନର ଅନୁପମା ରାଉତ , ସିଡି ଅନୁଷ୍ଠାନର ଅଭିରାମ ପାଣିଗ୍ରାହୀ , ଶ୍ରେଷ୍ଠ ସିଡିପିଓ ଭାବେ ଲିଲୀ ପ୍ରଧାନ , ବାଲ୍ୟ ବିବାହ ମୁକ୍ତ ମନ୍ଦିର ପରିଚାଳନା ପାଇଁ କରୁଣାକର ଦାସ ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରଯାଇଥିଲା ।

ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟର ପିଲାମାନେ କ୍ଷୁଦ୍ର ନାଟିକା “ଯଷ୍ଟ ଡ଼।ଏଲ ୧୦୯୮” ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହୀନେଇଥିଲେ । ଉଦଯାପନି ପର୍ଯ୍ୟାୟରେ ସମ୍ମାନିତ ଅତିଥି ଭାବେ ବରକୋଟ ବ୍ଲକ ଅଧକ୍ଷ୍ୟା ପୁଷ୍ପାଞ୍ଜଳି ପାତ୍ର ଓ ବରିଷ୍ଠ ନାଟ୍ୟ ନିର୍ଦେଶକ ହେମନ୍ତ ମହାପାତ୍ର ଯୋଗ ଦେଇ ସଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ , ଜେଣ୍ଡର କୋଡିନେଟର ସୀମାରାଣୀ ପାନିଗ୍ରାହୀ , ଜିଲ୍ଲା ବିଜ୍ଞାନ ସଂଯୋଜିକ। ଇପ୍ସିତା ପଟ୍ଟନାୟକ , ପ୍ରାଣବନ୍ଧୁ ଘଡେଇ , ଉପେନ୍ଦ୍ର ଭଞ୍ଜ ଓ ଜିତା ଅନୁଷ୍ଠାନର କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Comments
Loading...