ସଡ଼କ ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ି ରହିଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ନିଲେଶ ନାୟକ

ଦେବଗଡ଼ (କୋଶଲ ନ୍ୟୁଜ୍):- ପଳସମା ରଜା ବନ୍ଧ ନିକଟରେ ବାଇକ୍ ରୁ ପଡ଼ି ରାସ୍ତା କଡ଼ରେ ଆହତ ହୋଇ ପଡିରହିଥିବା ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ନିଲେଶ ନାୟକ। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ରାଞ୍ଚି ବିଜୟଓ୍ବାଡା ରାସ୍ତାରେ କଣିହାଁ ଅଞ୍ଚଳର ସଞ୍ଜୟ କୁମାର ପ୍ରଧାନ (୪୫) ଭାରସାମ୍ୟ ହରାଇ ରାସ୍ତା କଡକୁ ନିଜ ବାଇକ୍ ରୁ ଛିଟିକି ପଡ଼ିଥିଲେ। ତାଙ୍କ କହିବା ଅନୁସାରେ ସେ ଦେବଗଡ଼ ରେ କୈାଣସି ଏକ କାର୍ଯ୍ୟରେ ଯୋଗଦେଇ ଅନୁଗୋଳ ଫେରୁଥିଲେ। ସନ୍ଧ୍ୟା ସମୟରେ ଫେରିବା ସମୟରେ ପଳସମା ରଜା ବନ୍ଧ ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ରାସ୍ତା ଦେଇ ନିଜ ଘରକୁ ଫେରୁଥିବା ଦେବଗଡ଼ ଜିଲ୍ଲାର ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ପାଖରେ କେହି ନଥିବାରୁ ନିଜେ ନିଲେଶ ଅନିରୁଦ୍ଧ ନାୟକ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି।

ସେଠାରେ ସଞ୍ଜୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ନିଲେଶ ଅନିରୁଦ୍ଧ ନାୟକ। ପରେ ସଞ୍ଜୟଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ପହଞ୍ଚିବା ପରେ ସଞ୍ଜୟଙ୍କ ମୋବାଇଲ, ମୋନିପୋର୍ସ ଓ ଅନ୍ୟାନ୍ୟ ସମସ୍ତ ଜିନିଷ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ନିଲେଶ ନାୟକ । ସଞ୍ଜୟଙ୍କ ଡାହାଣ ଗୋଡ଼ ଓ ହାତରେ ଶକ୍ତ ଆଘାତ ଲାଗିଛି। ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି ସେବା ମନୋଭାବ ସହଯୋଗ କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି।

Comments
Loading...