କୀର୍ତ୍ତନପାଲିରେ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ ଜିଲ୍ଲାର ରିଆମାଳ ବ୍ଳକ ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତର ଆଦର୍ଶ ଓ ପରିମଳ ଗ୍ରାମ କୀର୍ତ୍ତନପାଲି ଗାଁ ସଭାପତି ଯଦୁମଣି ସାହୁ, ସମ୍ପାଦକ ରବି ସାହୁଙ୍କ ତତ୍ବାବଧାନରେ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ବାବାଜି ବେହେରା, ନରୋତ୍ତମ ବେହେରା ବାସୁଦେବ ସାହୁ, ସଂଯୁକ୍ତା ବେହେରା ପୁଷ୍ପଲତା ସାହୁ, କମାର ବେହେରା ପ୍ରମୁଖ ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରିଥିଲେ। ଏଥିରେ ଶିଶୁମାନଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। “ପରିମଳ ସ୍ବାଧୀନତାଠାରୁ ମଧ୍ଯ ଗୁରୁତ୍ବ ପୂର୍ଣ୍ଣ ” ବୋଲି କହିଥିଲେ।

ସ୍ବଛ ଭାରତ ମିଶନର ପ୍ରଥମ ଚରଣରେ ହିଁ ଏହି ଗ୍ରାମର ଲୋକେ ନିୟମିତ ପାଇଖାନା ବ୍ୟବହାର କରିବା ସହ ପାଇଖାନାର ଯତ୍ନ ନେବା ଓ ରଙ୍ଗ ତଥା ଚିତ୍ର କରିଥାଆନ୍ତି। ଏଇ କାରଣରୁ ଗାଁ ପାଣ୍ଠିରୁ ଆଜିର ଦିନରେ ୨୦୧୮ ମସିହାରେ ମହାତ୍ମାଗାନ୍ଧୀଙ୍କ ଆବକ୍ଷ ମୂର୍ତ୍ତି ସ୍ଥାପନ କରି ପୂଜା କରିବା ସହ ପ୍ରତିଦିନ ସକାଳେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସନ୍ଧ୍ୟାରେ ଅବତରଣ କରି ଥାଆନ୍ତି। ଶୀତକାଳୀନ ଛତୁ ଚାଷ ପାଇଁ ମଧ୍ଯ ଗାଁର ପ୍ରସିଦ୍ଧି ରହିଛି। ପ୍ରକାଶ ଥାଉକି ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଏଇ ଗ୍ରାମକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିଛନ୍ତି। ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମଧ୍ଯ ଏଇ ଗାଁରେ ପ୍ରତ୍ୟେକ ବର୍ଷ ବେଶ ଧୂମଧାମରେ ପାଳନ କରାଯାଏ।

Comments
Loading...