ଶାଶୂଙ୍କୁ ମାଡ଼ମାରି ଘରେ ପଶି ବୋହୁକୁ ବଳାତ୍କାର ଉଦ୍ୟମ ଅଭିଯୁକ୍ତ ଗିରଫ୍

ଦେବଗଡ଼ (କୋଶଲ ନ୍ୟୁଜ୍):- ସ୍ବାମୀ ଅନୁପସ୍ଥିତିର ସୁଯୋଗ ନେଇ ସ୍ପଷ୍ଟ ଦିବାଲୋକରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତ କୁ ଗିରଫ୍ କରିଛି କୁଣ୍ଡେଇଗୋଳା ପୋଲିସ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଡେଇଗୋଳା ଥାନା ଅଧୀନରେ ଥିବା ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଂହାର କଲନୀ ସାହିର କୃତାର୍ଥ ସାହୁଙ୍କ ପୁଅ ବୃନ୍ଦାବନ (ବଟିଆ) ସାହୁ ବିରୋଧରେ ଏକ ବଳାତ୍କାର ଉଦ୍ୟମ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ହୋଇଥିଲା। ତେବେ ଘଟଣାର ରଫାଦଫା ପାଇଁ ଜଳବିଭାଜିକା ଉନ୍ନୟନ ପ୍ରକଳ୍ପ ରେ କାର୍ଯ୍ୟରତ ଜଣେ ବ୍ୟକ୍ତି ଓ ଅଞ୍ଚଳର କିଛି କୁଜି ରାଜନେତା ବହୁ ଉଦ୍ୟମ କରିଥିଲେ । ଜଳବିଭାଜିକା ଉନ୍ନୟନ ପ୍ରକଳ୍ପ ରେ କାର୍ଯ୍ୟରତ ବ୍ୟକ୍ତି ଜଣଙ୍କ ବଟିଆ ଓରଫ୍ ବୃନ୍ଦାବନ ସାହୁକୁ ଏକ ବଲୋର ଯୋଗେ ଫେରାର କରୁଥିବା ବେଳେ କୁଣ୍ଡେଇଗୋଳା ଥାନା ଅଧୀନରେ ଥିବା ଖଇରପାଲି ପୋଲିସ ଫାଣ୍ଡି ଟିମ୍ କରଲଗା ଛକ ନିକଟରୁ ଉକ୍ତ ବଲୋର ରେ ଥିବା ଅଭିଯୁକ୍ତ କୁ କାବୁ କରିଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ଵାମୀ ଜିଲ୍ଲା ବାହାରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ନିଜ ଶାଶୁ ଶ୍ୱଶୁର ଙ୍କ ସହିତ ପୀଡ଼ିତା ଘରେ ରହୁଥିଲେ। ତେବେ ଗତ ୨୨ ତାରିଖ ଅପରାହ୍ନ ୪ ଟା ସମୟରେ ବିବାହିତା ଜଣଙ୍କ ଗାଁ ଦୋକାନ କୁ ସଉଦା ପାଇଁ ଯାଇଥିବା ସମୟରେ ଉଟୁଣିଆଁ ପଞ୍ଚାୟତ ହାଡସଂହାର କଲନୀ ସାହିର କୃତାର୍ଥ ସାହୁଙ୍କ ପୁଅ ବୃନ୍ଦାବନ ବଟିଆ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଗାଁ ଦାଣ୍ଡର ରାସ୍ତା ଉପରେ ଟଣାଓଟରା କରିଥିଲା । ତେବେ ଗାଁ ଲୋକଙ୍କ ଉପସ୍ଥିତ ଯୋଗୁଁ ମହିଳା ଜଣକ କୈାଣସି ମୋତେ ନିଜକୁ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇଥିଲେ। ଅନ୍ୟ ପକ୍ଷରେ ସ୍ବାମୀ ଅନୁପସ୍ଥିତିର ସୁଯୋଗ ନେଇ ପରବର୍ତ୍ତୀ ସମୟରେ ବଟିଆ ଓରଫ୍ ବୃନ୍ଦାବନ ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିବା ସହ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିଥିଲା। ଏପରିକି ତାଙ୍କୁ ଉଲଘ୍ନ ଅବସ୍ଥାରେ ରାସ୍ତା ଉପରକୁ ଘୋଷାଡି ଆଣିଥିଲା। ମହିଳାଙ୍କ ଶାଶୁ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଗଲାବେଳେ ଅଭିଯୁକ୍ତ ବଟିଆ ବୁଢି ଶାଶୁକୁ ମାଡ଼ମାରି ତଳେ ପକାଇ ଦେଇଥିଲା। କୁଣ୍ଡେଇଗୋଳା ଥାନା ଇନ୍ସପେକ୍ଟର ପ୍ରତିଭା ଟପୋ ଅଭିଯୁକ୍ତ ବଟିଆ କୁ ବିଭିନ୍ନ ଦଫା ଲଗାଇ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି। ପୂର୍ବରୁ ମଧ୍ୟ ଏହି ଅଭିଯୁକ୍ତ ବଟିଆ ସାହୁ ବାଘବର ଗାଁରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମରେ ଜେଲ୍ ଯାଇଥିଲା । ତେବେ ତାଙ୍କ ବଡ଼ ଭାଇ ଓ ପୁତୁରା ଅଞ୍ଚଳର ଠିକା କାମ କରି ବେଶ୍ ପ୍ରଭାବଶାଳୀ ଥିବାରୁ ତାଙ୍କ ବିରୋଧରେ କେହି କହିବାକୁ ସାହାସ କରନ୍ତି ନାହିଁ।

Comments
Loading...