ଧଣ୍ଡାମୁଣ୍ଡାରେ ଭରତ ମିଳନ : ବନ୍ଦେପଦରରେ ଶ୍ରୀରାମଙ୍କ ରାଜ୍ୟାଭିଷେକ

ପାଟଣାଗଡ ୨୫/୦୪ (କୋଶଲ ନ୍ୟୁଜ୍) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁରେ ରାମଲୀଳା ନାଟ୍ୟ ସଂସଦ ଆନୁକୁଲ୍ୟରେ ଚାଲିଥିବା ରାମଲୀଳା ଉତ୍ସବ ଅବସରରେ ମଙ୍ଗଳବାର ଭରତ ମିଳନ ମଞ୍ଚସ୍ଥ ହୋଇଛି । ଏହି ଦୃଶ୍ୟକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ରାମ ଭୁମିକାରେ ପବିତ୍ର ପଟେଲ, ଲକ୍ଷ୍ମଣ ରାଜୁ ଥନାପତି, ସିତା ଅଶୋକ ସାହୁ, ଭରତ ଶିଶିର ପଧାନ, ଶତ୍ରୁଘନ ରାଜେଶ ରାଉତ, କୈକେୟୀ ଯଶୋବନ୍ତ ସାହୁ, ଶବର ହିମାଂଶୁ, ସୁମନ୍ତ ମଧୁସୂଦନ, ମନ୍ତରା ଗୋକୁଳା, ଠଣ ସୁନ୍ଦର, କନ୍ଦର୍ପ, ମାନସ, ଓଁକାର ଓ ବଳ ବରିହା ଅଭିନୟ କରିଥିଲେ । ସେହିପରି ଧଣ୍ଡାମୁଣ୍ଡା ପଞ୍ଚାୟତ ବନ୍ଦେପଦର ସୁଲୁକି ପଡ଼ା ଶ୍ରୀରାମ ଲୀଳା ନାଟକ ମହୋତ୍ସବ ମଙ୍ଗଳବାର ଉଦଯାପିତ ହୋଇଛି । ଶେଷ ରଜନୀ ରେ ଶ୍ରୀରାମ ଙ୍କ ରାଜ୍ୟାଭିଷେକ, ସୀତା ଙ୍କ ଅଗ୍ନି ପରୀକ୍ଷା ଆଦି ମଞ୍ଚସ୍ଥ ହୋଇଥିଲା । ରାମ ଭୁମିକାରେ ମିଶ୍ର ନାଗ, ଲକ୍ଷ୍ମଣ ଭୁମିକାରେ ପର୍ମେ ଖସେ୍ଲ, ସୀତା ଭୁମିକାରେ ସଞ୍ଜୟ ସାହୁ, ହନୁମାନ ଭୁମିକାରେ ନରେନ୍ଦ୍ର ସାହୁ, କ୍ଷମା ନିଧି, ବାବୁଲାଲ, ସୁରେନ୍ଦ୍ର ସାହୁ ଅଭିନୟ କରିଥିଲେ ।

Comments
Loading...