କର୍ଲାକୁଟୁନାରେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ବିଡିଓଙ୍କୁ ଦାବି ପତ୍ର

ପାଟଣାଗଡ ୨୫/୦୪ (କୋଶଲ ନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କର୍ଲାକୁଟୁନା ଗାଁରେ ଅଙ୍ଗନବାଡି ନିର୍ମାଣ ର ମନ୍ଥରତା କୁ ନେଇ ଅସନ୍ତୋଷ ରେ ଗ୍ରାମବାସୀ । ସୂଚନା ଯୋଗ୍ୟ ଯେ, ଦୀର୍ଘ ୫ ବର୍ଷ ପୂର୍ବ ରୁ ଗାଁରେ ଆରମ୍ଭ ହୋଇଥିଲା ଅଙ୍ଗନବାଡି ଗୃହ ହେଲେ ଅଧାପନ୍ତରିଆ ଅବସ୍ଥା ରେ ପଡିରହିଥିବା କୋଠା ରେ କିପରି ଭାବରେ ପାଠ ପଢିବେ ଛାତ୍ରଛାତ୍ରୀ । କୋମଳ ମତି ଛୁଆ ମାନେ ଶିକ୍ଷା ଟିକକ ପାଇଁ ବାରପିଣ୍ଡା ହେଉଛନ୍ତି । ବର୍ତମାନ ନିଜସ୍ୱ କୋଠା ସମ୍ପୂର୍ଣ୍ଣ ନହେବାରୁ ଅନ୍ୟ ଲୋକଙ୍କ ଘର ବାରଣ୍ଡା ରେ ପାଠ ପଢୁ ଥିବା ର ଦେଖିବାକୁ ମିଳୁଛି । ଗ୍ରାମବାସୀ ଙ୍କ ତରଫରୁ ଜିଲ୍ଲପାଳଙ୍କ ଜନଶୁଣାଣି ରେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାମ ଆଗକୁ ବଢ଼ି ପାରିନଥିଲା । ଅନେକ ଥର ଗଣମାଧ୍ୟମ ରେ ଖବର ମଧ୍ୟ ପ୍ରସାରିତ ହୋଇଥିଲା କିନ୍ତୁ ଫଳ ଶୂନ । ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ଅଙ୍ଗନବାଡି କୋଠା କୁ ସମ୍ପୂର୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments
Loading...